ଶ୍ରୀଶ୍ରୀ ନର୍ମଦେଶ୍ବର ଓ ଭଗବତୀ ବ୍ରାହ୍ମଣୀ ଦେବୀଙ୍କର ୨୦ତମ ବାର୍ଷିକ ଚଣ୍ଡୀ ଯଜ୍ଞ
ଢେଙ୍କାନାଳ, ୧୩/୧: ସଦର ବ୍ଲକ୍ ଲମ୍ବୋଦରପୁର ସାସନସ୍ଥିତ ପରମେଶ୍ବର ଭବାନୀଶଙ୍କର ମହାରୁଦ୍ର ଶ୍ରୀ ଶ୍ରୀ ନର୍ମେଦେଶ୍ବର ଓ ଭଗବତୀ ବ୍ରାହ୍ମଣୀ ଦେବୀଙ୍କର ୨୦ତମ ବାର୍ଷିକ ଚଣ୍ଡୀ ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଅଦ୍ୟ ଦେବାଭିଷେକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପୂଜା ଅନୁଷ୍ଠିତ ହୋଇଥିଲା। ୯ ତାରିଖରେ ଅଙ୍କୁରାରୋପଣ, ୧୧ ତାରିଖରେ ଶୁଭାଧିବାସ, ଘଟ ଆନାୟନ, ଶାଲାସଂସ୍କାର, କୁଣ୍ଡମଣ୍ଡଳାଦି ପୂଜନମ୍ ଓ ଅଗ୍ନିସ୍ଥାପନମ୍, ୧୨ ତାରିଖରେ ସୂର୍ଯ୍ୟପୂଜା, ଗୋ-ପୂଜା, କୁଣ୍ଡମଣ୍ଡଳାଦି ପୂଜନ୍ମ, ଶ୍ରୀ ଶ୍ରୀ ନର୍ମଦେଶ୍ବରଙ୍କ ଅଭିଷେକ, ଶ୍ରୀମଦ୍ ଭଗବତ୍ ଗୀତା ଯଜ୍ଞ ଓ ରୁଦ୍ର ଯଜ୍ଞ, ୧୩ ତାରିଖ ଶେଷଦିନ ସୂର୍ଯ୍ୟପୂଜା, ଗୋ-ପୂଜା, କୁଣ୍ଡମଣ୍ଡଳାଦି ପୂଜନ୍ମ, ଭଗବତୀ ବ୍ରାହ୍ମଣୀ ଦେବୀଙ୍କର ଷୋଡଶୋପଚାର ପୂଜା, ଚଣ୍ଡୀ ଯଜ୍ଞ ଓ ପୂର୍ଣାହୁତି ଅନୁଷ୍ଠିତ ହୋଇଥିଲା । ଏହି ପୂଜାରେ ଲମ୍ବୋଦରପୁର ଅଂଚଳବାସୀ, ସାଧୁସନ୍ଥ ଓ ଧର୍ମାତ୍ମାମାନେ ଉକ୍ତ ଯଜ୍ଞାନୁଷ୍ଠାନରେ ଯୋଗଦେଇ ବିଷ୍ଣୁକୃପା ଲାଭ କରିବା ସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଶେଷ ଦିନରେ ମଧ୍ୟାହ୍ନରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ଅନୁଷ୍ଠାନର ସଭାପତି ପଣ୍ଡିତ ରାଜକିଶୋର ମିଶ୍ରଶର୍ମା, ପଣ୍ଡିତ ଅରୁଣ କୁମାର କରଶର୍ମା, ପୂର୍ଣଚନ୍ଦ୍ର ମିଶ୍ରଶର୍ମା, ବିଧୂଭୂଷଣ ଦ୍ବିବେଦୀ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଉମେଶ ଚନ୍ଦ୍ର କରଶର୍ମା ସମସ୍ତ ପୂଜାକୁ ସୁଚାରୁ ରୂପେ ତୁଲାଇଥିବାବେଳେ କର୍ତା ଭାବେ ବିଜୟ କୁମାର ସାହୁ ଓ କର୍ତୀ ଭାବେ ଶ୍ରୀମତୀ ଝୁନୁବାଳା ସାହୁ ଉପସ୍ଥିତ ଥିଲେ । ସଂପାଦକ ଧ୍ରୁବ ଚରଣ ରାଉତ, କୋଷାଧ୍ୟକ୍ଷ ସୁରେଶ କୁମାର କର, ସଭ୍ୟ ନଗେନ କୁମାର କର, ସୁରେଶ କୁମାର ସାହୁ, ସୂର୍ଯ୍ୟନାରାୟଣ କର, ଶିବପ୍ରସାଦ ସାହୁ, ଓ ଅଜୟ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।



