Spread the love

ଢଙ୍କାନାଳ ଢେଙ୍କାନାଳ, ୨୦୧: ସ୍ଥାନୀୟ ବାଣିଜ୍ୟ ଭବନ ପରିସରରେ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ରାଜେନ୍ଦ୍ର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଲୋକନାଥ ମହାପାତ୍ର ଚଳିତ ବର୍ଷ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ୫୦ ବର୍ଷ ପୂର୍ତୀ ତତା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆସନ୍ତା ଫେବୃଆରୀ ୧୬ ଓ ୧୭ ତାରିଖ ଦୁଇଦିନ ଧରି ସ୍ଥାନୀୟ ଜିଲ୍ଲା ପରିଷଦ ପ୍ରେକ୍ଷାଳୟରେ ଆୟୋଜିତ ହେଉଥୁବାର ସୂଚନା ଦେଇଥିଲେ ଓ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ । କାର୍ଯ୍ୟକାରୀ ସଭାପିତ ବିନୋଦ ଅଗ୍ରୱାଲ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ଅଧ୍ଯକ୍ଷ ଓ ଉପସଭାପତି ରୋଟାରିଆନ୍ ରାଜକିଶୋର ବେହେରା ଓ ନିରଦାନନ୍ଦ ନନ୍ଦ ସ୍ମରଣିକା କମିଟିର ଦାୟିତ୍ଵ ନିର୍ବାହ କରୁଥିବା ସୂଚନା ଦିଆଯାଇଥୁଲା । ଏହି ସମାରୋହକୁ ସ୍ମରଣୀୟ କରିବା ପାଇଁ ସଭାପତି ସୁବର୍ଣ୍ଣ ଜୟନ୍ତୀ ସମାରୋହ ‘‘ଲୋଗୋ’’ ଉନ୍ମୋଚିତ କରିଥିଲେ । ଚଳିତ ବର୍ଷ ସାରା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନର ସମସ୍ତ କାର୍ଯ୍ୟକ୍ରମରେ ଏହି ‘‘ଲୋଗୋ’’ ପ୍ରଦର୍ଶିତ ହେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଢେଙ୍କା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ, ଓଡିଶାର ପ୍ରଥମ ଓ ସର୍ବ ପୁରାତନ ପଞ୍ଜିକୃତ ବ୍ୟବସାୟୀ ସଂଘ ଓ ଓଡିଶା ବ୍ୟବସାୟୀ ମହ ମହାସଂଘ ଢେଙ୍କାନାଳରୁ ହିଁ ଅୟମାରମ୍ଭ ହୋଇଥୁବା ବରିଷ୍ଠ ଉପସଭାପତି ବିମଳ କୁମାର ପୋଦାର ସୂଚନା ଦେଇଥିଲେ । ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିବା ଦିବଂଗତ ପ୍ରତିଷ୍ଠାତା ସଦସ୍ୟଗଣଙ୍କ ପରିବାର, ବିଭିନ୍ନ ସମୟରେ ପ୍ରତିଷ୍ଠାନକୁ ସୁଦୃଢ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବଦ୍ଧନା, ପ୍ରତିଷ୍ଠାନର ୫୦ ବର୍ଷର ଇତିହାସ, ଫଟୋଚିତ୍ର ଓ ବ୍ୟବସାୟୀ ବର୍ଗଙ୍କ ଗୌରବମୟ ସୃଷ୍ଟି ସମ୍ମାର ସମ୍ବଳିତ ଏକ ସ୍ମରଣିକା ପ୍ରକାଶିତ ହେବ । ଏ ଅବସରରେ ରାଜ୍ୟର ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନର ସଦସ୍ୟମାନଙ୍କୁ ଆମନ୍ତ୍ରଣ କରାଯାଇ ରାଜ୍ୟ ସ୍ତରୀୟ ବ୍ୟବସାୟୀ ସମ୍ମିଳନୀ, ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ, ଟାକ୍ସ, ସମ୍ବନ୍ଧିତ ଆଲୋଚନାଚକ୍ରମ ମାନ ସ୍ଥାନ ପାଇବ । ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ। ଅଦ୍ୟ ବୈଠକରେ କୋଷାଧ୍ଯକ୍ଷ କୃଷ୍ଣଚନ୍ଦ୍ର ଦେବତା, ଉପସଭାପତି ମହେଶ ପ୍ରସାଦ ଅଗ୍ରୱାଲ, ବରିଷ୍ଠ ସଦସ୍ୟ ଗୋବିନ୍ଦ ଚନ୍ଦ୍ର ସେନାପତି, ସୁରେଶ ଚନ୍ଦ୍ର ବର୍ମା, ଦୁଷ୍ମନ୍ତ କୁମାର ରାଉତ, ମହମ୍ମଦ ସମୀର, ପ୍ରଣବାନନ୍ଦ ଦାସ, ବିକାଶ କୁମାର ପୋଦାର, କୃଷ୍ଣ କୁମାର ଅଗ୍ରୱାଲ, ଆଶିଷ କେଡିଆ ପ୍ରମୁଖ ଉପସ୍ଥିତ ରହି ମତାମତ ଉପସ୍ଥାପନ କରିଥିଲେ । ପ୍ରକାଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You missed