Spread the love

ପ୍ରକୃତି ମେଳାରେ ଖାଦ୍ୟ ଅପମିଶ୍ରଣ ସମ୍ବନ୍ଧୀୟ ଜ୍ଞାନ ଆହରଣ


ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପରିସରରେ ଅନୁଷ୍ଠିତ ପ୍ରକୃତି ମେଳାକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପି ସି ଅଗ୍ରୱାଲ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ପ୍ରତିଷ୍ଠାନର ବିଇଡି ପ୍ରଶିକ୍ଷାର୍ଥୀ ଏଥିରେ ଅଂଶ ଗ୍ରହଣ କରି ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ବିଇଡି ପ୍ରଶିକ୍ଷାର୍ଥୀ ଶୁଭମ୍ ସାହୁ, ସାକ୍ଷୀ କୁମାରୀ, ଅର୍ଦାକିନୀ ସୁଏମ୍ , ଶାୟନ୍ ବିଶ୍ୱାସଏବଂ ବିବେକ ତମାଙ୍ଗ ଖାଦ୍ୟ ଅପମିଶ୍ରଣ ବିଷୟବସ୍ତୁ ଉପରେ ପ୍ରକଳ୍ପ ପ୍ରସ୍ତୁତ କରି ପରୀକ୍ଷଣ ମାଧ୍ୟମରେ ବିଶୁଦ୍ଧ ଘି, ମହୁ, କ୍ଷୀର ଇତ୍ୟାଦିକୁ ଚିହ୍ନଟ କରିବା ପ୍ରଣାଳୀ ଦର୍ଶାଇଥିଲେ।ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀଙ୍କ ମତାନୁସାରେ ଅଂଶ ଗ୍ରହଣ କରିଥିବା ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀ ପ୍ରକଳ୍ପର ବିଷୟବସ୍ତୁକୁ ଅତ୍ୟନ୍ତ ସରଳ ଭାବରେ ବୁଝାଇଥିଲେ।ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଚାଲିଥିବା ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ବିଜ୍ଞାନ ଏବଂ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକୃତି ମେଳାରେ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *