( ମଣ୍ତିରୁ ତୁରନ୍ତ ଧାନ ଉଠାଇବାକୁ କଂଗ୍ରେସର ଦାବି )
ଜଗତସିଂହପୁର
ତା =31/1/25
ଜଗତସିଂହପୁର ଜିଲ୍ଲାର ସମସ୍ତ ମଣ୍ତିରୁ ତୁରନ୍ତ ଧାନ ଉଠାଇବା ଦାବିକରି ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ ଙ୍କ ନେତୃତ୍ବରେ କଂଗ୍ରେସ ଦଳର ଏକ ପ୍ରତନିଧି ଦଳ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ଉଠାଣରେ ଅହେତୁକ ବିଳମ୍ବ ହେଲେ ସୁଦ୍ଧା ପ୍ରଶାସକ କିମ୍ବା ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନାହିଁ। ଯାହା ଫଳରେ ଚାଷୀ ଧାର୍ଯ୍ୟ ମୂଲ୍ୟ ଠାରୁ କମ୍ ମୁଲ୍ୟରେ ବେପାରୀ ମାନଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସାହାୟତା ପ୍ରଦାନ କେବଳ ସରକାରୀ ଘୋଷଣାରେ ରହିଗଲା ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଫସଲବିମା ଯୋଜନାରେ ସାମିଲ ଚାଷୀ ମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଦାବୀ କରାଯାଇଛି।
ଏହି ପ୍ରତିନିଧି ଦଳରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ଜିଲ୍ଲା ଚାଷୀ ମୂଲିଆ ସଂଘ ସଭାପତି ଇଂ ଦେବଦ୍ୟୁତ ପୃଷ୍ଟି,ଜିଲ୍ଲା କଂଗ୍ରେସ ଉପ ସଭାପତି ସର୍ବେଶ୍ଵର ପଣ୍ଡା,ମହନି ଚରଣ ରାଉତ,ମୁଦୁପୁର କୃଷି ସେବା ସମବାୟ ସମିତିର ସଭାପତି ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ,ରବିନ୍ଦ୍ରନାଥ ଆଚାର୍ଯ୍ୟ,କୃଷକ ନେତା ବିଭୁତି ଭୁଷଣ ଲେଙ୍କା ପ୍ରମୁଖ ସାମିଲ୍ ହୋଇଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

July 29, 2026/
No Comments


