Spread the love

କୁସୁମୀ ଆଦର୍ଶ ବିଦ୍ୟାଳୟରେ ବନାଗ୍ନି ନିରାକରଣ ସଚେତନତା ସଭା ଓ ଶୋଭାଯାତ୍ରା

କୁଚିଣ୍ଡା:୮/୨: କୁଚିଣ୍ଡା ବ୍ଲକ ରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ,କୁସୁମୀ ଠାରେ ବିଦ୍ୟାଳୟ ଓ ବନ ବିଭାଗ ପକ୍ଷରୁ ବନା ଗ୍ନି ନିରାକରଣ ସଚେତନତା ସଭା ଓ ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଓ ଏ ଭି ର ଅଧ୍ୟକ୍ଷା ରାଚିତା ମିଞ୍ଜ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଗାମୀ ପିଢ଼ି ପାଇଁ ବନ ଓ ବନ୍ୟ ପ୍ରାଣୀର ସୁରକ୍ଷା ସକାଶେ ବାନାଗ୍ନି ନିରାକରଣ ପାଇଁ ଆହ୍ବାନ ଦେଇଥିଲେ ।ସାମାଜିକ କର୍ମୀ ପରିମଳ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଦିଗରେ ଛାତ୍ର ସମାଜ ର ଭୂମିକା ଉପରେ କହିଥିଲେ ।ସମ୍ମାନିତ ଅତିଥି କୁସୁମୀ ବନାଞ୍ଚଳ ଅଧିକାରୀ ଗୋକୁଳ ଚନ୍ଦ୍ର ନାଏକ, ସଂଯୁକ୍ତ ନାୟକ ,ଝରଣା ମୟ, ତ୍ରିବେଣୀ ଶେଠ୍ ପ୍ରମୁଖ ଯୋଗ ଦେଇ ଛାତ୍ର ସମାଜର ସହଯୋଗ କାମନା କରିଥିଲେ ।ସହକାରୀ ଶିକ୍ଷୟିତ୍ରୀ ସତେଶ୍ୱରି ସିଂ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହା ପରେ ଏକ ଶୋଭାଯାତ୍ରା ରେ ଛାତ୍ର,ଛାରି ଓ ଜଙ୍ଗଲ କର୍ମଚାରୀ ବିଭିନ୍ନ ସ୍ଲୋଗାନ ଦେଇ ଅଞ୍ଚଳ ପରିକ୍ରମା କରିଥିଲେ ।ଅନୁରୂପ ଭାବରେ କୁଟୁରାଚୁଆଁ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ପ୍ରଧାନ ଶିକ୍ଷକ ଭବାନୀ ନାୟକ ଙ୍କ ନେତୃତ୍ୱ ଓ ସହକାରୀ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ ଙ୍କ ପରିଚାଳନା ରେ ସଭା ଓ ଶୋଭାଯାତ୍ରା ମାଧ୍ୟମରେ ଜନ ସଚେତନତା କର ଯାଇଥିଲା । ଏଥିରେ ଡ଼ ହୃଦାନନ୍ଦ ନାଏକ ,ପ୍ରକୃତି ବନ୍ଧୁ ସୁବାସ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *