ଜେନାମଣି ଦେବୀଙ୍କର ୧୧ତମ ଓ ବାବା ଚନ୍ଦ୍ରଶେଖର ମହାଦେବଙ୍କ ବାର୍ଷିକ ଉତ୍ସବର ପୂର୍ଣାହୁତି ଓ ମା’ଙ୍କର ରାଜରାଜେଶ୍ବରୀ ବେଶ
ଢେଙ୍କାନାଳ, ୧୧/୨ । ଗୁଣ୍ଡିଚାପଡ଼ା ଗ୍ରାମର ମା’ ଜେନାମଣିଦେବୀଙ୍କ ୧୧ତମ ଓ ବାବା ଚନ୍ଦ୍ର ଶେଖର ମହଦେବଙ୍କ ବାର୍ଷିକଉତ୍ସବର ପୂର୍ଣାହୁତି ଓ ମା’ଙ୍କର ରାଜରାଜେଶ୍ଵରୀ ବେଶ ଅନୁଷ୍ଠିତ ହୋଇଯାଇଛି । ଗତ ୯ ତାରିଖରେ ସ୍ଥାନୀୟ ବଡ଼ଜୋରା ଠାରୁ ପୂଜା ଅର୍ଜନା କରାଯାଇ ୬୦ ରୁ ଉର୍ଦ୍ଧ୍ବ ମହିଳା ଉକ୍ତ ଜଳସ ଧରି ଅଂଚଳ ପରିକ୍ରମା କରି ମନ୍ଦିର ପରିସର ମଧ୍ୟରେ ପହଁଚିଥିଲେ । ପ୍ରତ୍ୟେକ ଦିନ ତୋରଣ ପୂଜା, ସୂର୍ଯ୍ୟପୂଜା, ଗୋ-ପୂଜା, ମଣ୍ଡଳ ପୂଜା, ରୁଦ୍ରାଭିଷେକ, ଚଣ୍ଡୀ ପାଠ, ଅଗ୍ନି ସ୍ଥାପନ, ଅଗ୍ନି ସଂସ୍କାର, ଷୋଡଶ ଉପଚାର ପୂଜା ଓ ସନ୍ଧ୍ୟା ଆଳତୀ । ୮ ତାରିଖ ସନ୍ଧ୍ୟାରେ ଅଙ୍କୁରାରୋପଣ ପୂଜା ଅନୁଷ୍ଠିତ ହୋଇଥିଲା | ଅଦ୍ୟ ମା’ଙ୍କୁ ରାଜରାଜେଶ୍ଵରୀ ବେଶ କରାଯାଇ ବିଭିନ୍ନ ପୂଜା ଓ ଭୋଗଲାଗି କରାଯାଇଥିବାବେଳେ ପରେ ପୂର୍ଣାହୂତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜକ ସିଦ୍ଧେଶ୍ବର ମିଶ୍ର, ପୂଜକ ଚିତ ରଂଜନ ମହାପାତ୍ର, ପୂଜକ ମନ ସୁମନ୍ ମିଶ୍ର, ପୂଜକ ଶ୍ରୀକାନ୍ତ କୁମାର ନନ୍ଦ ଓ ରଜତ କୁମାର ରଥ ପ୍ରମୁଖ ପୂଜା ଅର୍ଜନ କରିଥିଲେ । ସଭାପତି କୁମୁଦିନୀ ମିଶ୍ର, ସମ୍ପାଦକ ପ୍ରସାନ୍ତ କୁମାର ସାହୁ, କର୍ତା ଶ୍ରୀକାନ୍ତ କୁମାର ସାହୁ, କର୍ତୀ ସୁଜାତା ସାହୁ । ନିଦ୍ରାବତୀ ସାହୁ, ରେବତୀ ସାହୁ, ନିର୍ମଳ ସାହୁ, ପର୍ଶୁରାମ ସାହୁ ଏବଂ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଥିଲା । ଚାରିଦିନ ଧରି ପୂଜାରେ ଭକ୍ତମାନେ ମା’ଙ୍କର ବିଭୁକୃପା ଲାଭ କରିଥିଲେ ।



