Spread the love

ବିଶିଷ୍ଟ ସାରସ୍ଵତ ସାଧକ ସ୍ୱର୍ଗତଃ ନବକିଶୋର ପଣ୍ଡାଙ୍କ ଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଦଶରଥପୁର ବ୍ଲକ୍ ସ୍ଥିତ ଯାଜପୁର ଆଇ.ଟି.ଆଇ., କଟିକଟା ପରିସରରେ ନାରାୟଣ ଚନ୍ଦ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ଵତ ସାଧକ ସ୍ୱର୍ଗତଃ ନବକିଶୋର ପଣ୍ଡାଙ୍କ ଦଶାହ ଉପଲକ୍ଷେ ଏକ ସ୍ଵତନ୍ତ୍ର ସ୍ମୃତି ସଭା ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। କବି ଜିତେନ୍ଦ୍ର କୁମାର ବେହେରାଙ୍କ ସଞ୍ଚାଳନରେ ତଥା ବରିଷ୍ଠ ସାହିତ୍ୟିକ ରାମଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାକୁ କବି ରବି ଶତପଥୀ ସ୍ୱର୍ଗତଃ ପଣ୍ଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ଅନିଲ୍ କୁମାର ମହାନ୍ତି, ଦିନଚର୍ଯ୍ୟା ର ସମ୍ପାଦକ ସାମ୍ୱାଦିକ ତପନ ମହାରଣ୍ୟ ଶର୍ମା,ପ୍ରମୋଦ କୁମାର ନାୟକ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ତଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ନାରାୟଣ ଚନ୍ଦ୍ର ସ୍ମୃତି ସଂସଦର ସମ୍ପାଦକ ପ୍ରଭାତ କୁମାର ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ ଥିଲେ। ଉପସ୍ଥିତ କବି ଲେଖକ ତଥା ବୁଦ୍ଧିଜୀବୀ ମାନେ ସ୍ୱର୍ଗତଃ ପଣ୍ଡାଙ୍କ ପ୍ରଜ୍ଞାଦୀପ୍ତ ପ୍ରତିଭା, ସାରସ୍ଵତ କୃତି ସମ୍ପର୍କରେ ନିଜ ନିଜର ଅନୁଭୂତି ଭିତ୍ତିକ ଅମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ସଭାରେ କବି ସୁବ୍ରତ ଦାସ,ବିଦ୍ୟୁତ୍ ଲତା ଦାସ, ବଂଶୀଧର ଦାସ, କାମେଶ୍ୱର ପଣ୍ଡା, ନାରାୟଣ ଚନ୍ଦ୍ର ଦାସ, ନାରାୟଣ ଚନ୍ଦ୍ର ମହାଳିକ, ଯଯାତି କିଶୋର ସାହୁ,ସୁବାସ ମହାପାତ୍ର, ଓମ୍ ପଣ୍ଡା, ସୁବାସ ବେହେରା, ଚନ୍ଦ୍ର ଶେଖର ସାହୁ, ପ୍ରଦୀପ୍ତ କୁମାର ଦାସ, ଡାକ୍ତର ବିଜୟ ମୋହନ ରାୟ, ନାରାୟଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *