Spread the love

ଶ୍ରୀ ଶ୍ରୀକ୍ଷେତ୍ର ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେସାରସ୍ୱତ ସମାବେଶ ଅନୁଷ୍ଠିତ

…ଦଶରଥପୁର ବ୍ଲକ ଅନ୍ତର୍ଗତ ପଲ୍ଲାସାହି ଠାରେ ମାର୍ଚ୍ଚ ୨ ତାରିଖ, ରବି ବାର ଦିନ ଶ୍ରୀ ଶ୍ରୀକ୍ଷେତ୍ର ସାହିତ୍ୟ ଓ ସାଂସ୍କୃତିକ ପରିଷଦର ତୃତୀୟ ସାରସ୍ୱତ ସମାବେଶ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଥମ ଅଧିବେଶନରେ ଏକ ରସପୂର୍ଣ୍ଣ କବିତା ଆସରର ଆୟୋଜନ କରାଯାଇଥିଲା l କବି ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରକୁ ବରିଷ୍ଠ ସାହିତ୍ୟିକ ରାମଚନ୍ଦ୍ର ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ।ପ୍ରଦୀପ୍ତ କୁମାର ଦାସ, ଜିତେନ୍ଦ୍ର କୁମାର ବେହେରା ଏବଂ ସରସ୍ୱତୀ ପଣ୍ଡା ସଂଯୋଜନା କରିଥିଲେ l ଅମ୍ବିକା ପ୍ରସାଦ ସାମଲ,କବି ନିରଞ୍ଜନ ପତି, ଚନ୍ଦ୍ରଶେଖର ସାହୁ,ଶିଶିର କୁମାର ପଣ୍ଡା,ଶିଶିର କୁମାର ଜେନା,ନାରାୟଣ ମହାଳିକ,ପ୍ରମୋଦ କୁମାର ନାୟକ, ସୁବାସ ଚନ୍ଦ୍ର ମହାପାତ୍ର,ମନୋରମା ଦାସ, ଅଜିତ କୁମାର ମଲ୍ଲିକ, ଧୀରେନ୍ଦ୍ର କୁମାର ମଲ୍ଲିକ,ସୁବାସ ଚନ୍ଦ୍ର ବେହେରା, ଉମାକାନ୍ତ ପାତ୍ର, ରଞ୍ଜିତା ଦାଶ, ଜ୍ୟୋତିର୍ମୟୀ ବିଶ୍ଵାଳ, ଶୁଭଲକ୍ଷ୍ମୀ ସାହୁ, ମନୋରମା ଦାସ ସମେତ ଅର୍ଦ୍ଧ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ l ଦ୍ବିତୀୟ ଅଧିବେଶନରେ ସାହିତ୍ୟ ଆଲୋଚନା ସହ “ପଲ୍ଲୀପୁଷ୍ପ”ପତ୍ରିକାର ଲୋକାର୍ପଣ କରାଯାଇଥିଲା l ଏହି ଅବସରରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷକ ନେତା ଦିଗମ୍ବର ସାହୁ ସଭାପତିତ୍ବ କରିଥିଲେ l ସୁସାହିତ୍ୟିକା ବିଦ୍ୟୁତଲତା ଦାସ ମୁଖ୍ୟ ଅତିଥି, l ବିଶିଷ୍ଟ କବି ଡ଼କ୍ଟର ଶ୍ରୀହରି ଧଳ ମୁଖ୍ୟବକ୍ତା, କବି ଭକ୍ତଚରଣ ସାହୁ , ରାମଚନ୍ଦ୍ର ମଲ୍ଲିକ, ପଣ୍ଡିତ ଲକ୍ଷ୍ମୀଧର ମିଶ୍ର ସମ୍ମାନିତ ଅତିଥି, ଅଧ୍ୟାପକ କୃଷ୍ଣଚନ୍ଦ୍ର ପାତ୍ର ସମ୍ମାନିତ ବକ୍ତା ଯୋଗଦାନ କରିଥିଲେ l ସୁଦର୍ଶନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ସତ୍ୟବ୍ରତ ସାହୁ ସମ୍ପାଦକୀୟ ଅଭିଭାଷଣ ଦେଇଥିଲେ l ଉକ୍ତ ସଭାରେ ଅତିଥି ଭାବେ ଯୋଗ ଦେଇଥିବା ପ୍ରଜ୍ଞାଦୀପ୍ତ ସାହିତ୍ୟିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଗ୍ରାମାଞ୍ଚଳ ସାହିତ୍ୟର ଏନ୍ତୁଡ଼ି ଶାଳା ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ପଲ୍ଲୀପୁଷ୍ପ ପତ୍ରିକାର ତୃତୀୟ ସଂଖ୍ୟାକୁ ଅତିଥି ମାନେ ଲୋକାର୍ପଣ କରିଥିଲେ l ମୁଖ୍ୟଅତିଥି, ମୁଖ୍ୟବକ୍ତା ସମସ୍ତଙ୍କୁ ଭଲ ମଣିଷ ହେବା ପାଇଁ ଆହ୍ୱାନ ଦେଇ ସ୍ୱକୀୟ ସ୍ୱଳ୍ପ ବକ୍ତବ୍ୟ ମାଧ୍ୟମରେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ ପୂର୍ବକ ଉପସ୍ଥିତ କବି, ସାହିତ୍ୟିକ, ବୁଦ୍ଧିଜୀବୀ ତଥା ସମବେତ ଗ୍ରାମବାସୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା l ପତ୍ରିକା ପ୍ରକାଶିକା ସ୍ମୃତିରେଖା ସାହୁ, ମୁଖ୍ୟ ଆୟୋଜକ ସୁଦର୍ଶନ ସାହୁ ତଥା ଅନୁଷ୍ଠାନର ସମସ୍ତ ସଦସ୍ୟ ମାନଙ୍କ ସକ୍ରିୟ ସହଯୋଗରେ ପଲ୍ଲାସାହିରେ ପଲ୍ଲୀପୁଷ୍ପର ମହକ ଭରା ଉତ୍ସବ ଅତ୍ୟନ୍ତ ଉପଭୋଗ୍ୟ ହୋଇଥିଲା l ଶେଷରେ କବି ଚନ୍ଦ୍ରଶେଖର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *

You missed