ରାମେଶ୍ଵର ମହୋତ୍ସବ ଉଦଘାଟିତ

ଯାଜପୁର _ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତର କନ୍ତିଆ ପଡ଼ିଆରେ ରାମେଶ୍ବର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଯାଜପୁରର ପୃର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ।ଉଦଘାଟକ ଭାବେ ଯୋଗଦେଇ ଥିଲେ ବରୀ ବିଧାୟକ ବିଶ୍ବରଂଜନ ମଲିକ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ବିଂଝାରପୁର ବିଧାୟିକା ତଥା ବିରୋଧିଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସଭାପତିତ୍ବ କରିଥିଲେ ବୋଦୁଅ ପଞ୍ଚାୟତର ସରପଞ୍ଚ ଦେବୀ ପ୍ରସାଦ ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ଗେଡି। ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ।ବ୍ଳକ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲ।ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ।। ଅତିଥି ପରିଚୟ ପ୍ରଦାନ କରିଥିଲେ ଜ୍ଞାନରଞ୍ଜନ ଧଳ। ଧନ୍ୟବାଦ୍ ଦେଇଥିଲେ ଜନ୍ମେଜୟ ସ୍ବାଇଁ। ଅତିଥି ମାନେ ମତପ୍ରକାଶ କରିଥିଲେ ଯେ ମହୋତ୍ସବ ମାଧ୍ୟମରେ ସ୍ନେହ, ଶ୍ରଦ୍ଧା ବାଣ୍ଟିପାରିଲେ ତାହା ହିଁ ସମସ୍ତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସମ୍ପର୍କ ଯୋଡି ବାର ସହଯ ହୋଇଥାଏ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
