Spread the love

ମହିଳାଙ୍କୁ ଆତ୍ମବିଶ୍ୱାସୀ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନର ‘ଦିଶା’

ମେରାମଣ୍ଡଳୀ, ୧୮.୦୩.୨୦୨୫: ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ୍)ର ଆଖପାଖ ଗ୍ରାମଗୁଡିକରେ ମହିଳାମାନଙ୍କ ଦକ୍ଷତା ବିକାଶ ସହ ଆତ୍ମବିଶ୍ବାସ ବଢାଉଥିବା ବେଳେ ସେମାନଙ୍କୁ ନେତୃତ୍ବ ନେବା ପାଇଁ ପ୍ରସ୍ତୁତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନର ‘ଦିଶା’ କାର୍ଯ୍ୟକ୍ରମ I

ଖଲିବେରଣା ଗୋଷ୍ଠୀ କେନ୍ଦ୍ରରେ ଆୟୋଜିତ ଏକ ନେତୃତ୍ବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଦିଶା’ରେ ସଞ୍ଜପଡ଼ା, ଆମନା, ନୂଆଗାଁ, ଏବଂ ତାଳବାହାଳ ଆଦି ଗ୍ରାମର ୪୫ ଜଣ ମହିଳା ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମ ୩ଟି ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଧାରିତ, ଯଥା ଲିଙ୍ଗଗତ ସଚେତନତା, ପ୍ରଶାସନ ଏବଂ ଆଇନ ପ୍ରକ୍ରିୟା ସମ୍ପର୍କିତ ମୁଖ୍ୟ ଦିଗଗୁଡ଼ିକୁ ସାମିଲ କରାଯାଇଛି। ମାର୍ଚ୍ଚ ୪ରୁ ୧୫ ମଧ୍ୟ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଦୁଇଟି ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।। ପର୍ଯ୍ୟାୟରେ ଲିଙ୍ଗ ଗତ ପାର୍ଥକ୍ୟକୁ ବୁଝିବା ଏବଂ ଅଧିକାଂଶ ସମୟରେ ମହିଳାମାନଙ୍କ ଭୂମିକାକୁ ସୀମିତ କରିଦେଉଥିବା ସାମାଜିକ ନୀତି ନିୟମ ଉପରେ ଆଲୋଚନା କରାଯାଇଥିଲା । ଦ୍ୱିତୀୟ ମଡ୍ୟୁଲରେ ପ୍ରଶାସନିକ କାର୍ଯ୍ୟରେ ମହିଳାଙ୍କ ଭାଗୀଦାରୀ ଓ ବିଭିନ୍ନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି ନିଆଯାଉଥିବା ନିଷ୍ପତ୍ତିରେ ହିଳାମାନେ ଭାଗୀଦାର ହେବା ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା Iପ୍ରଶିକ୍ଷଣର ଶେଷ ପର୍ଯ୍ୟାୟରେ, ସାମାଜିକ ପରିବର୍ତ୍ତନ ପାଇଁ ନେଟୱର୍କି ଏବଂ ଆଇନ ସମ୍ପର୍କିତ ଆବଶ୍ୟକ ଜ୍ଞାନ ଉପରେ ଗୁରୁତ୍ବ ଦିଆଯାଇଥିଲା, ଯାହା ସାମାଜିକ ପରିବର୍ତ୍ତନ ଆଣିବାରେ ଏକ ବିଶେଷ ଉପକରଣ। ଇଣ୍ଟରଆକ୍ଟିଭ ସେସନ ଏବଂ ବାସ୍ତବ ଜୀବନର କେସ ଷ୍ଟଡି ମାଧ୍ୟମରେ ମହିଳାମାନେ କିପରି ନିଜ ପାଇଁ ସ୍ବର ଉତ୍ତୋଳନ କରିପାରିବେ ଏବଂ ନିଜ ଅଧିକାର ପାଇଁ ଲଢେଇ କରିପାରିବେ ସେ ସମ୍ପର୍କରେ ଆଲୋଚନା କରଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି I ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସମୁଦାୟିକ ସଂଗଠନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ଯାହାଦ୍ବାରା ସ୍ବଚ୍ଛତା, ଶିକ୍ଷା ଏବଂ ଘରୋଇ ହିଂସା ଭଳି ଜରୁରୀ ସମସ୍ୟା ଗୁଡ଼ିକର ସମାଧାନ କରାଯାଇପାରିବ ।’ଦିଶା’ କେବଳ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନୁହେଁ I ମହିଳା ସଶକ୍ତି କାରଣ ଦିଗରେ ଏହା ଏକ ଆବଶ୍ୟକ ପଦକ୍ଷେପ । ଦିଶା ଭଳି ପଦକ୍ଷେପ ସହିତ ଟାଟା ଷ୍ଟିଲ ଫାଉଣ୍ଡେସନ କର୍ପୋରେଟ ନେତୃତ୍ବାଧୀନ ସାମାଜିକ ସଶକ୍ତିକରଣ ପାଇଁ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।

ଯାହା ପ୍ରମାଣ କରିଛି ଯେ, ଯେତେବେଳେ ମହିଳାମାନଙ୍କୁ ସଠିକ୍ ସଠିକ୍ ସୁଯୋଗ ଦିଆଯାଏ ସେମାନେ ନିଜେ ସଫଳତା ପାଇବା ସହ ସମାଜର ଉନ୍ନତି ପାଇଁ ନେତୃତ୍ବ ବି ନେଇପାରନ୍ତି।

Leave a Reply

Your email address will not be published. Required fields are marked *