ଆଜି ରାମ ନବମୀ ପାଇଁ ସାରା ଦେଶର ଉତ୍ସାହର ମାହୋଲ ରହିଛି । ଦିନ ୧୨ଟାରେ ପ୍ରଭୁ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଆଉ ଏହି ସୁନ୍ଦର ଦିନ ଅବସରରେ ଶ୍ରଦ୍ଧାଳୁ ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିବାର ସ୍ୱଭାଗ୍ୟ ପ୍ରାପ୍ତ କରିଛନ୍ତି । ସକାଳ ୯ଟା ୩୦ରେ ପ୍ରଭୁ ରାମଙ୍କ ବିଶେଷ ଅଭିଷେକ ହୋଇଥିଲା ।
ଏହାପରେ ତାଙ୍କର ଭବ୍ୟ ଶୃଙ୍ଗାର ହୋଇଥିଲା ଏବଂ ସୂର୍ଯ୍ୟାଭିଷେକର ପ୍ରସାରଣକୁ ସାରା ଦୁନିଆ ଆଜି ଦେଖିଲା ।ସକାଳୁ ରାମଲାଲାଙ୍କ ପୂଜା ଆରମ୍ଭ ହୋଇଯାଇଛି । ରାମ ନବମୀ ଅବସରରେ ବହୁ ସଂଖ୍ୟକ ଭକ୍ତ ରାମଲାଲାଙ୍କ ଦର୍ଶନ ପାଇଁ ରାମ ଜନ୍ମଭୂମି ମନ୍ଦିରରେ ପହଞ୍ଚିଥିଲେ। ରବିବାର ୬ ଏପ୍ରିଲ ଦିନ, ଠିକ୍ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟଭିଷେକ ହୋଇଥିଲା ଏବଂ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଶ୍ରୀ ରାମଲାଲାଙ୍କ କପାଳରେ ପଡ଼ିଥିଲା। ଭକ୍ତମାନଙ୍କୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୪ ମିନିଟ ଯାଏଁ ପ୍ରଭୁ ରାମଙ୍କ ମଥା ଉପରେ ସୂର୍ଯ୍ୟ କିରଣ ପଡ଼ିଥିଲା । ସବୁ ଟିଭି ଚ୍ୟାନେଲରେ ଏହାର ସିଧା ପ୍ରସାରଣ ମଧ୍ୟ କରାଯାଇଥିଲା ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
