‘ଅପରେସନ୍ ବ୍ଲାକ୍ ହକ୍’ରେ ବଡ଼ ସଫଳତା: ଆନ୍ତଃରାଜ୍ୟ ହେରୋଇନ୍ ସିଣ୍ଡିକେଟ୍ର ପର୍ଦ୍ଦାଫାଶ, ୧୮.୬୪ କେଜି କଞ୍ଚା ହେରୋଇନ୍ ଜବତ ଲକ୍ଷ୍ନୌ: ମାଦକ ଦ୍ରବ୍ୟ ଚୋରାଚାଲାଣ ବିରୋଧରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ (CBN)କୁ ବଡ଼ ସଫଳତା ମିଳିଛି। ‘ଅପରେସନ୍ ବ୍ଲାକ୍ ହକ୍’ ଅଧୀନରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ନିକଟରେ ଦୁଇଟି ପୃଥକ ଅଭିଯାନ ଚଳାଇ ଏକ ଆନ୍ତଃରାଜ୍ୟ ହେରୋଇନ୍ ଚୋରାଚାଲାଣ ନେଟୱର୍କର ପର୍ଦ୍ଦାଫାଶ କରିଛି CBN। ଅଭିଯାନରେ ମୋଟ ୧୮.୬୪ କିଲୋଗ୍ରାମ୍ କଞ୍ଚା ହେରୋଇନ୍ ଜବତ ହୋଇଥିବାବେଳେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। CBNର ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ୟୁନିଟ୍ର ମିଳିତ ଟିମ୍ ଏହି ଅଭିଯାନ ଚଳାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଜବତ...



