Spread the love

ବଡ଼ବିଲ କିରିବୁରୁ ଛକସ୍ଥିତ ମା ତାରିଣୀ ମନ୍ଦିରର ଚତୁର୍ଥତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ମହା ବିଷୁର୍ବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷର ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ ଙ୍କ ଚଇତି ପର୍ବ ଅନୁଷ୍ଠିତ ହୋଇଥାଏ ଓ ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ବଡ଼ବିଲ ମୁଖ୍ୟ ପ୍ରବେଶପଥ କିରିବୁରୁ ଛକ ସ୍ଥିତ ମାଆ ତାରିଣୀଙ୍କ ମନ୍ଦିରର ଚତୁର୍ଥତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ସକାଳୁ ମାଆ ଭଉଣୀ ମାନେ କଳସ ଯାତ୍ରାରେ ଯାଇ ମାତ୍କାମ୍ବେଡା ସ୍ଥିତ ଚଂପକେଶ୍ୱର୍ ମନ୍ଦୀର ନିକଟରେ ଥିବା କାରୋ ନଦୀରୁ ପୂଜାର୍ଚ୍ଚନା କରିବା ପରେ କଳସୀରେ ଜଳ ଧରି ପଦଯାତ୍ରାରେ ଆସି ମନ୍ଦୀର ପ୍ରାଙ୍ଗଣରେ ପହଞ୍ଚି କଳସ ସ୍ଥାପନ ପରେ ପୂଜାର୍ଚ୍ଚନା ହୋମଯଜ୍ଞ କରାଯିବା ସହ ପ୍ରାୟ ସନ୍ଧ୍ୟା ଛଅ ଘଟିକା ସମୟରେ ଯଜ୍ଞ ପୂର୍ଣ୍ଣାହୁତି କରଯାଇଥିଲା ଏବଂ ପରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ହଜାର ହଜାର ସଂଖ୍ୟାରେ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରାସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *