Spread the love

ଡଃ ବି ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳନ

ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ମାସଡା ପଞ୍ଚାୟତର ଅଲାରପୁର ଠାରେ ବିଶ୍ଵରତ୍ନ କାଆଧୁନିକ ଭାରତର ନିର୍ମାତା ବାବା ସାହେବ୍ ଡଃ ଭିମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଦିବସ ଆମ୍ବେଦକର ଉନ୍ନୟନ ପରିଷଦ ବିଂଝାରପୁର ର ସଭାପତି ରମେଶ ଚନ୍ଦ୍ର ଯେନାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବିଂଝାରପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ରଞିତା କୁମାରୀ ଦାସ।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ସଂଘମିତ୍ରା ଜେନା । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ସେମାନେ ହେଲେ ଶେଖ ଅବଦୁଲ୍ ୱଲୀ,aituc ର ଜିଲ୍ଲା ସମ୍ପାଦକ ମଧୁ ଯେନା,ଦୁଷ୍ମନ୍ତ ଯେନା, ସୁରେନ୍ଦ୍ର ମଲ୍ଲୀକ, କାର୍ତ୍ତିକ ଯେନା,ବୀରବର ଯେନା ପ୍ରମୁଖ ଯୋଗଦେଇ ଥିଲେ। ସେମାନେ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥଲେ ଯେ ଭାରତ ସମ୍ବିଧାନର ରୁପକାର ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକର ବହୁ ପ୍ରତିଭାର ଅଧିକାରୀ ଥିଲେ ଓ ସେ ଥିଲେ ଜଣେ ଶିକ୍ଷାବିତ,ଆଇନଜୀବୀ,ସାମାଜିକ ଜ୍ଞାନୀ,ସମାଜ ସଂସ୍କାରକ,ସୁଲେଖକ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ପରାମର୍ଶ ଦେଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜକ ଆମ୍ବେଦକର ଉନ୍ନୟନ ପରିଷଦ ବିଂଝାରପୁର ବ୍ଳକ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଶେଷରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *