Spread the love

*ଅଜଣା ଗାଡ଼ି ଧକ୍କାରେ ହନୁମାଙ୍କଡ ମୃତ..

ସ୍ବେଚ୍ଛାସେବୀଙ୍କ ଦ୍ଵାରା ଶେଷକୃତ୍ୟ ସମ୍ପନ୍ନ* ବରଗଡ:୨୧/୪(ପବିତ୍ର ମେହେର) ବରଗଡ ଜିଲ୍ଲା ବରଗଡ ରୁ ସମ୍ବଲପୁର ୱେ ଅତାବିରା ୫୩ ନଂ ଜାତୀୟ ରାଜପଥରେ ସକାଳ ୬ ଟାରେ ଏକ ହନୁ ମାଙ୍କଡ ଦଳ ରାସ୍ତା ପାରି ହେଉଥିବା ବେଳେ ଗୋଟିଏ ହନୁ ମାଙ୍କଡ ଏକ ଅଜଣା ଗାଡ଼ି ଧକ୍କାରେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲା।ଏହା ଦେଖି ଅବଶିଷ୍ଟ ସାଥୀ ମାଙ୍କଡ ଆଉ ଭୟରେ ରାସ୍ତା ପାରି ନ ହୋଇ ରହିଯାଇଥିଲେ । କିନ୍ତୁ ଉଭୟ ପଟରେ ସେମାନେ ରହି ନିଜର ସାଥୀ ମାଙ୍କଡ଼ର ଏତାଦୃଶ ମୃତ୍ୟୁ ରେ ଗଭୀର ଶୋକ ପ୍ରକଟ କରି ଜଗି ରହିଥିଲେ ।ରାସ୍ତାରେ ଲୋକେ ଯିବା ଆସିବା ବେଳେ କେହି ଯଦି ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଥିଲା, ସେମାନେ ତାକୁ ରାଗରେ ଘଉଡାଇ ଦେଇଥିଲେ ।ତାଙ୍କର ଏତାଦୃଶ ବ୍ୟବହାର ରୁ ସ୍ପଷ୍ଟ ପ୍ରତୀତ ହେଉଥିଲା,ତାଙ୍କର ଏହି ଦୁର୍ଦ୍ଦଶା ପାଇଁ ମଣିଷ ଉପରେ ତାଙ୍କର ରାଗ ଥିଲା ।ଏହି ଦୃଶ୍ୟ କୁ ଦେଖି ଅନେକ ଲୋକ ମାଙ୍କଡ ମାନଙ୍କ ସହ କିଛି ଥଟ୍ଟା ତାମସା କରି ଯେ ଜା ରାସ୍ତାରେ ଚାଲି ଯାଉଥିଲେ ।କିଛି ସମୟ ପରେ ଜଣେ ସ୍ଵେଚ୍ଛାସେବୀ ଯୁବକ କର୍ଣ୍ଣ ,ଯିଏ କି ଚଣା ମୁଢ଼ି ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି, ସେ ଦୁର୍ଗl ମନ୍ଦିର ରୁ ମାଁ ଙ୍କର୍ ଦର୍ଶନ ସାରି ଫେରୁଥିବା ବେଳେ ମୃତ ମାଙ୍କଡକୁ ଦେଖି କିଛି ଜଣ ଅନ୍ୟ ସ୍ବେଚ୍ଛାସେବୀ ଯଥା ବଜରଙ୍ଗ ଦଳର ମନୀଷ ଶର୍ମା, ସାମ୍ବାଦିକ ଆକାଶ ମିଶ୍ର, ସୋମନାଥ ପଟ୍ଟନାୟକ ବାବୁ ଆଦି ଙ୍କୁ ଫୋନ କରି ଡକାଇ ଥିଲେ।ସମସ୍ତେ ପହଞ୍ଚିବା ପରେ ସାଥୀ ମାଙ୍କଡ ମାନଙ୍କ ଠାରୁ ବହୁ କଷ୍ଟରେ ମୃତ ମାଙ୍କଡକୁ ନେଇ ଭାଲୁପାଲି ନଳିଆ କୂଳରେ ତାର ଅନ୍ତିମ ସଂସ୍କାର କରିଥିଲେ। ସଂସ୍କାର ପରେ ପୂଜାର୍ଚ୍ଚନା କରି ତାର ଆତ୍ମାର ସଦଗତି ନିମନ୍ତେ ଶ୍ରୀ ବଜରଙ୍ଗ ବଳୀଙ୍କ ଠାରେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *