Spread the love

ସ୍କୁଟିକୁ ଧକ୍କା ଦେଲା ମହାକୁଡ ଏଣ୍ଡ ବ୍ରଦର୍ସ ର ହାଇୱା, ସ୍କୁଟିରେ ଯାଉଥିବା ଦୁଇଜଣ ଗୁରୁତର ଆହତ।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ଆୟତ୍ତ କରିବା ପାଇଁ ଆଞ୍ଚଳିକ ପ୍ରଶାସନ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବାର ଦେଖାଯାଉନାହିଁ କି ସେପରି କୌଣସି ଆନ୍ତରିକ ଇଚ୍ଛାଥିବା ଭଳି ମନେହୁଏ ନାହିଁ। କେନ୍ଦୁଝର ଜିଲ୍ଲାର ଜମଦୂତ ଭାବେ ବେଶ୍ ପରିଚିତ ଯୋଡ଼ା ଖଣି ମଣ୍ଡଳ ଦେଇ ଯାଇଥିବା 520ନମ୍ବର୍ ରାଜପଥରେ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ଦୁର୍ଘଟଣା ଘଟି ଜନଜୀବନ ବ୍ୟାହତ ହେବାରେ ଲାଗିଛି। ସେଥିପ୍ରତି ନା ଦୃଷ୍ଟି ପଡୁଛି ରାଜନେତା ଙ୍କ ନା ଦୃଷ୍ଟି ପଡୁଛି ଆଞ୍ଚଳିକ ପ୍ରଶାସନ ଅଧିକାରୀଙ୍କ, ସେଇଭଳି ଏକ ଦୁର୍ଘଟଣାରେ ଆଜି ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ମାଇନ୍ସ ଛକ ନିକଟରେ ମହାକୁଡ ଏଣ୍ଡ ବ୍ରଦର୍ସ ର ହାଇୱା ନମ୍ବର୍ OD 09V 6464 ଧକ୍କାରେ ସ୍କୁଟି ରେ ଯାଉଥିବା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଅଞ୍ଚଳର ଶଶୁର ଓ ଜୁୱାଇଁ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ୍ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ଜୁଆଁଇ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *