ଘରୁ ବାହାରିଲେ ବିପଦ : ଟ୍ରାଫିକ୍ ବ୍ୟବସ୍ଥାରେ ଆସୁନି ସୁଧାର!
ତାଳଚେର, ୩୦/୦୪ ତାଳଚେରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । କେତେବେଳେ କିଏ କୁଆଡ଼ୁ ମାଡ଼ିଆସିବ ଓ ଆଖି ପିଛୁଳାକେ ଜୀବନ ଚାଲିଯିବ ତାହା ଠଉରେଇବା କଷ୍ଟ । ରାସ୍ତା ମଝିରେ ଗାଡ଼ି ପାର୍କିଂ ସାଙ୍ଗକୁ ରଙ୍ଗରୁଟ୍ ଡ଼୍ରାଇଭରେ ଆସି କିଏ କେତେବେଳେ ଧକ୍କା ହୋଇଯିବ କିଛି କହିହେବନି । ନୀତି ରାଜପଥରେ ଶହଶହ ଭାରୀଯାନ ଚଳାଚଳ କରୁଛି । ମାତ୍ର ବିଡ଼ମ୍ବନାର ବିଷୟ, ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ୪ଟି ଟ୍ରାଫିକ ପୋଷ୍ଟରେ କେତେ ବେଳେ ଟ୍ରାଫିକ ପୋଲିସ୍ ରହୁଥିବା ବେଳେ ଆଉ କେତେ ବେଳେ ରହୁନଥିବା ଅଭିଯୋଗ ହେଉଛଇ । ଏହି ପରିପ୍ରେକ୍ଷୀରେ ପୁଣି ମହିଳା ଗୃହରକ୍ଷୀ ହାତରେ ଟ୍ରାଫିକ ପରିଚାଳନା ଦାୟୀତ୍ୱ ଛାଡ଼ି ଦିଆଯାଇଛି । ଏପଟେ ଲୋକେ ଟ୍ରାଫିକ ଯନ୍ତ୍ରଣାରେ ଦହଗଞ୍ଜ ହୁଅନ୍ତୁ କି, ମରନ୍ତୁ କାହାରି ଖାତିର୍ ନଥିବା ଭଳି ମନେହୁଏ! ସେହିପରି କେତେ ବେଳେ କେମିତି ଗୃହରକ୍ଷୀ ଛିଡ଼ା ହୋଇଥିବା ବେଳେ ଅଧିକାଂଶ ସମୟରେ ମୁକୁଳା ରହୁଛି । ଏହି ବାଇପାସ୍ ଚାରି ଛକିଆରେ ଲୋକବିପଦକୁ ମୁଣ୍ଡାଇ ଆତଯାତ କରୁଥିବା ବେଳେ ଏଥିପ୍ରତି ପୋଲିସ୍ ନଜର ଅନ୍ଦାଜ ରହୁନାହିିଁ । ସେହିଭଳି ହାଣ୍ଡିଧୂଆଁ ୪ଛକିଆ ଓ ଡ଼େରା ୬ଛକିଆ ରାସ୍ତାରେ ଟ୍ରାଫିକ ପୋଲିସ୍ ଆଦୌନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ଆହୁରି ମଧ୍ୟରେ ତାଳଚେର କଲେଜ ନିକଟରେ ରହିଥିବା କେନାଲ ୪ଛକିଆ ବିପଦ ଜନକ ସ୍ଥାନ ହୋଇଥିଲେ ମଧ୍ୟ ଏଠାରେ ଆଦୌ ଟ୍ରାଫିକ୍ ପୋଷ୍ଟର ବ୍ୟବସ୍ଥା ଓ ଆଲୋକୀ କରଣ ବ୍ୟବସ୍ଥା ନଥିବାରୁ କେତେ ବେଳେ ଯେ, କ’ଣ ଘଟିବ ତାହା କହିବା ସମ୍ଭବ ନୁହଁ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲେ ମଧ୍ୟ ପୋଲିସ୍ ଓ ପ୍ରଶାସନ କେହି ହେଲେ ଏଥିପ୍ରତି ଦୃଷ୍ଟି ଦେୁନଥିବା ପରିତାପର ବିଷୟ ହୋଇଛି । ସନ୍ଧ୍ୟା ସମୟରେ ଟ୍ରାଫିକ ଯନ୍ତ୍ରଣା ଏତେ ଯେ, ଦୁଇଚକିଆ ଯାନ ଗୁଡ଼ିକ ରାସ୍ତ।।ପାର ହେବାକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ । ସହରରେ ଏପରି ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଜୁଡ଼ି ପଡ଼ିଥିବା ବେଳେ ପୋଲିସ୍ ସତେ ଯେପରି ହାତଟେକି ବସି ରହିଛି ବୋଲି ମନେ ହେଉଛି । ଟ୍ରାଫିକ ନିୟନ୍ତ୍ରଣ ଲକ୍ଷ୍ୟ ରଖି ସହରରେ ସିସିଟିଭି ଖଞ୍ଜା ଯାଇଛି । ସିସିଟିଭି ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସୁନି । ଭାରୀଯାନ ଗୁଉଡ଼ିକର ଦ୍ରୁତଗତି ସାଙ୍ଗକୁ ରୋମିଓ ମାନଙ୍କର ସାପ ଭଳି ଅଙ୍କାବଙ୍କା ଗାଡ଼ି ଚାଳନା ଯୋଗୁଁ ସାଧାରଣ ଜନତା ବିପଦ ମୁହଁକୁ ଠେଲି ହେଉଛନ୍ତି । ପୁନଶ୍ଚ ବ୍ୟାପକ ଧୂଳି ସହିତ ଅଣଓସାରିଆ ରାସ୍ତାରେ ମଳାମାଳ ଯାନବାହାନ ଚଳାଚଳ ଅବସ୍ଥାକୁ ଦ୍ୱିଗୁଣିତ କରୁଛି । ଏମାନଙ୍କୁ ଆକଟ କରିବାରେ ପୋଲିସର ନିଷ୍କ୍ରିୟତା ଯୋଗୁଁ ଉତ୍ପାତ ବଢ଼ିବାରେ ଲାଗିଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।



