CREATOR: gd-jpeg v1.0 (using IJG JPEG v80), quality = 90
Spread the love

କାମଧନ୍ଦା ଅଭାବରୁ ସଙ୍କଟରେ ସ୍ୱର୍ଶ କାରିଗରଙ୍କ ଭବିଷ୍ୟତ

ତାଳଚେର, ୩୦/୦୪ ସୁନାଦର ଦିନକୁ ଦିନ ମାତ୍ରାଧ‌ିକ ଭାବେ ବୃଦ୍ଧି ପାଇବା ସହ ସ୍ଵର୍ଶ ଅଳଙ୍କାର ବ୍ୟବସାୟରେ ରାଜକୋଟ୍, ବମ୍ବେ, ଗୁଜରାଟ, ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟର ବୈଷୟିକ ବଡ଼ ବଡ଼ ବ୍ୟବସାୟୀମାନଙ୍କ ଅନୁପ୍ରବେଶ ଫଳରେ ସ୍ୱର୍ଣ୍ଣକାର କାରିଗରଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି । ପର୍ଯ୍ୟାପ୍ତ ପରିମାଣର କାମଧନ୍ଦା ଅଭାବରୁ ସଂକଟଜନକ ପରିସ୍ଥିତିକୁ ଆସି ଯାଉଥୁବା ଅଭିଯୋଗ ହେଉଛି । ତାଳଚେର ସହର ବଡ଼ ଦାଣ୍ଡସାହି ଠାରୁ ଆରମ୍ଭ କରି ଏହାର ଆଖପାଖ ଅଞ୍ଚଳର ଶହ ଶହ ସ୍ଵର୍ଣ୍ଣକାର କାରିଗର ପରିବାର କେବଳ ସ୍ଵର୍ଣ ଅଳଙ୍କାର ପ୍ରସ୍ତୁତ କରି ଅତୀତରେ ପରିବାର ପ୍ରତିପୋଷଣ କରିଆସୁଥିଲେ। ଏହି ସ୍ୱର୍ଣ୍ଣକାର କାରିଗରମାନଙ୍କ ସୂକ୍ଷ୍ମ କାରୁକାର୍ଯ୍ୟରେ ପ୍ରସ୍ତୁତ ଅଳଙ୍କାର, ନିଜ କଳା ଚତୁରି ବ୍ୟବସାୟ ନୈପୁଣ୍ୟକୁ ପାଥେୟ କରି କାର୍ଯ୍ୟ କରିଆସୁଛନ୍ତି। ସ୍ୱର୍ଣ୍ଣ କାରିଗର ବୃଭିକୁ ପେସା ଭାବେ ଆପଣେଇ ନେଇଥିବା ସ୍ଵର୍ଣ୍ଣକାର ପରିବାରବର୍ଗଙ୍କ ପାଇଁ ସ୍ଵାସ୍ଥ୍ୟବୀମା କାର୍ଡ ଯୋଗାଣ, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ଗରିବ ମେଧାବୀ ସ୍ଵର୍ଣ୍ଣକାରମାନଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ, ଆତ୍ମ ନିର୍ଭରଶୀଳ ହେବା ପାଇଁ ସ୍ୱଳ୍ପ ସୁଧ ଓ ସବ୍‌ସିଡିରେ ଋଣ ପ୍ରଦାନ ପାଇଁ ଅତୀତରେ ବହୁ ସ୍ଵର୍ଣ୍ଣକାରଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ ରହିଥ‌ିବା ଅଭିଯୋଗ ହେଉଛି। ସ୍ୱର୍ଣ୍ଣକାର କାରିଗରମାନଙ୍କ ଦ୍ଵାରା ନିର୍ମିତ ସ୍ୱର୍ଣ୍ଣ ଅଳଙ୍କାରର ଟାହିଦା କେତେକ ଅଞ୍ଚଳରେ ଦିନକୁ ଦିନ କିଛି ମାତ୍ରାରେ ହ୍ରାସ ପାଇଚାଲିଥିଲା ବେଳେ ମେସିନ୍ ତିଆରି ସ୍ୱର୍ଣ୍ଣ ଅଳଙ୍କାରର ଚାହିଦା ବୃଦ୍ଧି ପାଇଚାଲିଛି। ଏଥିଯେlଗୁଁ ବହୁ ସ୍ଵର୍ଣ୍ଣକାର କାରିଗର କାମଧନ୍ଦା ନପାଇ ଦିନକୁ ଦିନ ଏହି କୌଳିକ ବୃଭିଠାରୁ ମୁହଁ ଫେରାଇ ନେଉଛନ୍ତି । ବହୁ ସ୍ୱର୍ଣ୍ଣ କାରିଗରଙ୍କ ନିଜସ୍ଵ ସ୍ଵ ବାସଗୃହ ନଥିବାରୁ କେଢେକ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟୀ ଆଶା, ଭରସା ଓ ବିଶ୍ଵାସରେ ସେମାନଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ପ୍ରସ୍ତୁତି ପାଇଁ କାମ ଦେଉନଥିବା ବି ଅଭିଯୋଗ ହେଉଛି। ଏଭଳି ସ୍ଥିତି ଯୋଗୁଁ କାମଧନ୍ଦା ନପାଇ ବହୁ ସମୟରେ ନିଜ ପରିବାର ପ୍ରତିପୋଷଣ କରିବାକୁ ନାନା ସମସ୍ୟାର ସମ୍ମୁଖୀ ଖୀନ ହେଉଥିବା କହିଛନ୍ତି ବହୁ ସ୍ୱର୍ଣ୍ଣକାର ପରିବାର । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱର୍ଣ୍ଣ କାରିଗରମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ଼ ଦାବି ହେଉଛି।

Leave a Reply

Your email address will not be published. Required fields are marked *