Spread the love

ତାଳଚେର ବସ୍‌ଷ୍ଟାଣ୍ଡରେ ଲାଗିଲା କୁଲର୍, ପାନୀୟ ଜଳ ବ୍ୟବସ୍ଥା ଆରମ୍ଭ

ତାଳଚେର, ୩୦/୦୪ ‘ତାଳଚେର ବସ୍‌ଷ୍ଟାଣ୍ଡରେ ନାହିଁ ଫ୍ୟାନ୍ ଓ ପାନୀୟ ଜଳ ବ୍ୟବସ୍ଥା ଏହି ଖବର ପ୍ରକାଶ ପାଇବା ପରେ କିଛି ସ୍ଵେଚ୍ଛାସେବୀ ଏବଂ ବସ୍‌ଷ୍ଟାଣ୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିକଣ୍ଠ ଉଦ୍ୟମରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଫଳରେ ଯାତ୍ରୀମାନେ ପାନୀୟ ଜଳ ପାଇପାରିଛନ୍ତି| ବସ୍‌ଷ୍ଟାଣ୍ଡର ଯାତ୍ରୀ ବିଶ୍ରାମାଗାର ମଧ୍ୟରେ ମାଟିହାଣ୍ଡି ରଖାଯାଇଛି। ପ୍ରତିଦିନ ସ୍ଵେଚ୍ଛାସେବୀ ମାନେ ଏଥିରେ ପାଣି ଭର୍ତ୍ତି କରିବେ । ସୂଚନା ମୁତାବକ, ତାଳଚେର ବିସ୍ୱାଧା ୨୦୦୫ ମସିହାରେ ଉଦ୍‌ଘାଟିତ ହୋଇଥିଲା ଉଦ୍‌ଘାଟନ ପରେ ପ୍ରଥମେ କିଛି ବର୍ଷ ଫ୍ୟାନ୍ ଯାତ୍ରୀଙ୍କ ପାଇଁ ବ୍ୟବହାରରେ ଲାଗିଲା। ଏହା ପରେ ଉକ୍ତ ଫ୍ୟାନ୍‌ଗୁଡ଼ିକ, ଯାତ୍ରୀଙ୍କ ପାଇଁ ଥିବା ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଅକାମୀ ହୋଇ ଯାଇଥିଲା। ଯାହା ଫଳରେ ଯାତ୍ରୀମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଲେ। ହେଲେ ଏଥିପ୍ରତି ପୌର ପ୍ରଶାସନ ଓ ତାଳଚେର ଉପଖଣ୍ଡ ଅଧିକାରୀ ନଜର ଦେଲେ ନାହିଁ । ଏହି ବସ୍‌ଷ୍ଟାଣ୍ଡ ଅତ୍ୟାଧୁନିକ ହୋଇଥିଲେ ମଧ୍ୟ କିଛି ଘରୋଇ ବସ୍ ମାଲିକ ସେମାନଙ୍କ ଟ୍ରକ୍ ଆଣି ବସ୍‌ଷ୍ଟାଣ୍ଡରେ ବର୍ଷତମାମ ରଖିଥିଲେ। ଯାହା ଫଳରେ ଯାତ୍ରାବନ୍ଦୀ ବସ୍‌ଗୁଡ଼ିକ ଧୀରେ ଧୀରେ ବସ୍‌ଷ୍ଟାଣ୍ଡକୁ ଆସିବା ବନ୍ଦ ହୋଇ ଯାଇଥିଲା। କିନ୍ତୁ, ଚଳିତବର୍ଷ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା ଏଥିରେ ହସ୍ତକ୍ଷେପ କରି ଉକ୍ତ ବସ୍ଟାଣ୍ଡରେ ଥିବା ସମସ୍ତ ଟ୍ରକ୍‌କୁ ନଟାଲ ଦେଇଥିଲେ। ଯାହା ଫଳରେ ବର୍ତମାନ ତାଳଚେର ବସ୍ୱାଶକୁ ରାଜ୍ୟ ତଥା ରାଜ୍ୟ ବାନ୍ଧାରୁ ପ୍ରତିଦିନ ଶତାଧିକ ବସ୍ ଚଳାଚଳ କରୁଥିବା ଜଣାପଡ଼ିଛି। କିନ୍ତୁ, ଏହି ଯାତ୍ରୀଙ୍କ ପାଇଁ ମୌଳିକ ସୁବିଧା ନଥିବାରୁ ବସ୍ୱାନକୁ ଯାତ୍ରୀମାନେ ମୁହଁ ଫେରାଇଥିବା ଜଣାପଡ଼ିଛି। ଏହାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଉକ୍ତ ବସ୍‌ଷ୍ଟାଣ୍ଡରେ କିଛି ମ୍ବେଚ୍ଛାସେବୀ ଏବଂ ବସ୍‌ଷ୍ଟାଣ୍ଡ କର୍ତ୍ତୃପକ୍ଷଙ୍କ ନିଜସ୍ବ ଉଦ୍ୟମରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଛି!

Leave a Reply

Your email address will not be published. Required fields are marked *