ହରିହରପୁରରେ ୨ ବଖରା ଜଳିଗଲା
ତାଳଚେର, ୩୦/୦୪ ବ୍ଲକ୍ ଅନ୍ତର୍ଗତ ହରିହରପୁର ଗ୍ରାମର ଗୋଚ୍ଛାୟତ ସାହିରେ ଆଜି ଅଗ୍ନିକାଣ୍ଡରେ ଦୁଇ ବଖରା ଜଳିଯାଇଛି। ସୂଚନା ମୁତାବକ, ହରିହରପୁର ଗ୍ରାମର ରଞ୍ଜୁ ଗୋଚ୍ଛାୟତଙ୍କ ଘରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ହଠାତ୍ ନିଆଁ ଲାଗିଯାଇଥିଲା ପରେ ଗ୍ରାମବାସୀଙ୍କ ସହାୟତାରେ ସେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଖରା ସାଙ୍ଗକୁ ପବନ ଯୋଗୁଁ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇ ନଥିଲା। ପରେ ତାଳଚେର ଅଗ୍ନିଶମ ବିଭାଗର ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର ସହିତ ବହୁ ମୂଲ୍ୟବାନ ସାମଗ୍ରୀ ପୋଡ଼ିଯାଇଥିବା ଜଣାପଡ଼ିଛି l



