Spread the love

ଭୂବନେଶ୍ୱର: ପୁଣି ଭାରତରେ ନିଜର କାୟା ବିସ୍ତାର କରିଛି କୋରୋନା । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳିଥିବାବେଳେ, ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କୋରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ ।

ଆକ୍ରାନ୍ତ ଜଣଙ୍କ ଏବେ କ୍ବାରେଣ୍ଟାଇନରେ ରହିଛନ୍ତି ।

ଆକ୍ରାନ୍ତ ଜଣକ ବୟସ୍କ ବ୍ୟକ୍ତି ହୋଇଥିବା ସୂଚନା ରହିଛି । ତେବେ ଓଡିଶାରେ କୋରୋନାର ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି ।ସୂଚନାଯୋଗ୍ୟ, ଚୀନ ଓ ସିଙ୍ଗାପୁରରେ କୋଭିଡ୍‌-୧୯ ପୁଣି ମୁଣ୍ଡ ଟେକିଛି । ଭାରତରେ ମଧ୍ୟ ବ୍ୟାପିଛି ସଂକ୍ରମଣ । ଭାରତରେ ୨୫୭ କୋଭିଡ୍‌ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ, ଏଥିରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *