Spread the love

ଭୂବନେଶ୍ୱର: ଦିନକୁ ଦିନ କୋଭିଡ ସଂକ୍ରମଣ ବିସ୍ତାର କରୁଛି। ଡରାଉଛି ମହାମାରୀ। ଏବେ ରାଜ୍ୟରେ ଚିହ୍ନଟ ହେଲା ୫ ନୂଆ କୋଭିଡ୍‌ ଆକ୍ରାନ୍ତ। ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ସୂଚନା। ତେବେ ଆଣ୍ଟିଜେନ୍‌ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ୍‌ କୀଟ୍‌କୁ ଭୁବନେଶ୍ୱର ସ୍ଥିତ RMRCକୁ ପଠାଯାଇଛି।

ବୁଧବାର ଓଡ଼ିଶାରେ ପାଞ୍ଚଟି ନୂତନ COVID-19 ମାମଲା ରିପୋର୍ଟ ହୋଇଛି, ଯାହା ଚିନ୍ତାର ବିଷୟରେ ପାଲଟିଛି। ସ୍ୱାସ୍ଥ୍ୟ ବିଭାଗ ସୂତ୍ର ଅନୁଯାୟୀ, ଭୁବନେଶ୍ୱରରେ ଚାରିଟି ଏବଂ ଖୋର୍ଦ୍ଧା ଜିଲ୍ଲାରେ ଜଣେ ମାମଲା ଚିହ୍ନଟ ହୋଇଛି। ସଂକ୍ରମିତଙ୍କ ମଧ୍ୟରେ ଚାରି ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି। କର୍ତ୍ତୃପକ୍ଷ ସଂକ୍ରମିତ ବ୍ୟକ୍ତିମାନଙ୍କୁ କ୍ୱାରେନଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଡାକ୍ତରଙ୍କ ଅବସରଭେସନରେ ରଖାଯାଇଛି।ସ୍ୱାସ୍ଥ୍ୟ ଅଧିକାରୀମାନେ ଜନସାଧାରଣଙ୍କୁ ସତର୍କ ରହିବାକୁ କହିଛନ୍ତି। COVID-19 ପ୍ରୋଟୋକଲ ଅନୁସରଣ କରିବାକୁ ଏବଂ ତୁରନ୍ତ ଲକ୍ଷଣ ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି। ଯଦିଓ ରାଜ୍ୟରେ ମାମଲା କମ୍ ଅଛି, ତଥାପି ଏହି ମାମଲା ଆହୁରି ବ୍ୟାପିବାକୁ ରୋକିବା ପାଇଁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ସେପଟେ ଚିନ୍ତା ବଢ଼ାଇଲାଣି ଦେଶରେ ୬ ସଂକ୍ରମିତଙ୍କ ମୃତ୍ୟୁ । ମହାରାଷ୍ଟ୍ରରୁ ୩, କେରଳରୁ ୨ ଓ କର୍ଣ୍ଣାଟକରେ ଜଣଙ୍କ ଜୀବନ ନେଇଛି କରୋନାର ନୂଆ ପ୍ରଜାତି ଜେଏନ୍‌ ଡଟ୍‌ ୱାନ୍‌ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ , ସବୁଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତି । ଏହାପରେ ରହିଛି ମହାରାଷ୍ଟ୍ର ଓ ଦିଲ୍ଲୀ । ଏହାସହ ଦକ୍ଷିଣ ଭାରତ ରାଜ୍ୟରେ ମଧ୍ୟ ସଂକ୍ରମଣରେ ଲଗାମ୍‌ ଲାଗୁନି ।

Leave a Reply

Your email address will not be published. Required fields are marked *