ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଆଇରନ ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ହାଇୱା ଡ଼୍ରାଇଭର।

କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ଏକ ଖଣିଖାଦାନ ଭରା ଅଞ୍ଚଳ ଭାବରେ ପରିଗଣିତ ହେଉଥିବା ବେଳେ ଏଠି ପ୍ରାୟ ଦିନ ଶହଶହ ସଂଖ୍ୟାରେ ଯାନ ବାହନ ଯାଆସ କରିଥାଏ। ଯାହା ପ୍ରାୟ ସମୟ ରେ ବେପରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟୁଥିବା ପରିଲକ୍ଷିତ ହୁଏ। ତେବେ ଏହି ଜାଗାରୁ ପ୍ରାୟ ସମୟରେ ଟ୍ରକ୍ କିମ୍ବା ଟ୍ରେନ୍ ମାଧ୍ୟମରେ କୋଟି କୋଟି ଟଙ୍କା ର ଆଇରନ ମାଲ ପରିବହନ ହେଉଥିବା ବେଳେ କିଛି ଡ଼୍ରାଇଭର ଙ୍କ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ସାଧାରଣ ଲୋକଙ୍କ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଥାଏ। ତେବେ ସେଇଭଳି ଗତକାଲି ସକାଳୁ ସକାଳୁ ଏକ ଆଇରନ ବୋଝେଇ ହାଇୱା ବଲାଣି ଥାନା ଅନ୍ତର୍ଗତ ରେ ଥିବା ବଲାଣୀ ରେଲୱେ ସାଇଡିଂକୁ ଆଇରନ କୁ ଖାଲି କରିବାକୁ ଆସିଥିବା ବେଳେ ଚମ୍ପୁଆ ଉପଖଣ୍ଡ ବଲାଣି ଥାନା ଅନ୍ତର୍ଗତ ବାଲାଗୋଡା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିବା ରୁ ଗାଡ଼ିରେ ବୋଝେଇ ଆଇରନ ରାସ୍ତା ଉପରେ ବିଛେଇ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ତେବେ ସେହି ଜାଗାରେ ପୂର୍ବରୁ ଏକ ପିକୋପ ଭ୍ୟାନ ଗାଡି ଓଲଟି ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ଆଜି ଭାଗ୍ୟ ବସତ ଗାଡ଼ି ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



