*ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ରରେ ନବଗୁଞ୍ଜର ରଥଯାତ୍ରା ପାଇଁ ପ୍ରସ୍ତୁତି ଓ ନୂତନ ଟ୍ରଷ୍ଟ ବୋର୍ଡ ଗଠନ*

ବରଗଡ:୨/୬(ପବିତ୍ର ମେହେର) ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଧାମର ଆରାଧ୍ଯ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନବଗୁଞ୍ଜର ରଥଯାତ୍ରା ପାଇଁ ଆଉ ଅଳ୍ପ ଦିନ ରହିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ଯ ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରକାରର ପ୍ରସ୍ତୁତି ହେଉଥିବାବେଳେ ଗୁରୁବାର ଦିନ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନବଗୁଞ୍ଜର ରଥଯାତ୍ରାର ସଫଳ ଆଯୋଜନ ନିମନ୍ତେ ତଥା ମନ୍ଦିର କାର୍ଯ୍ୟର ସୁୁପରିଚାଳନା ନିମନ୍ତେ ଏକ ଟ୍ରଷ୍ଟ ବୋର୍ଡ କମିଟି ଗଠନ କରି ଓ ରଥଯାତ୍ରାର ପରିଚାଲନା ନିମନ୍ତେ କମିଟୀର ସମସ୍ତ ସଦସ୍ଯଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଭଟଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି ।ଅନ୍ୟମାନଙ୍କ ମଧ୍ଯରେ ଭଟଲି ବିଡିଓ ପ୍ରମୋଦ ଚନ୍ଦ୍ର ମେହେର , ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର, ଅତିରିକ୍ତ ଉପ ଜିଲ୍ଲାପାଳ ମଦନଲାଲ ପଣ୍ଡା ବୈଠକରେ ଉପସ୍ଥିତ ରହି ଚଲିତ ବର୍ଷ ରଥଯାତ୍ରାକୁ ମହାଆଡମ୍ବରରେ ପାଳନ କରିବା ସହ ରଥଯାତ୍ରା ସମୟରେ ଯେପରି ସମସ୍ୟା ସୃଷ୍ଟି ନ ହେବ ସେଥିପ୍ରତି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।



