Spread the love

ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ବିସ୍ପୋରକ କେନ୍ଦ୍ରରେ ଯାଞ୍ଚ୍

କେନ୍ଦୁଝର– କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୦ ଗୋଟି ଥାନା ଅଞ୍ଚଳରେ ଥିବା ପ୍ରାୟ ୩୪ ଟି ବିଷ୍ପୋରକ କେନ୍ଦ୍ରରେ ଜିଲ୍ଲା ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୁଚନା । କିଛ଼ି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାର କେବଲାଙ୍ଗା ଥାନା ଅଞ୍ଚଳରେ ବିପୁଳ ପରିମାଣର ବିସ୍ଫୋରକ ଲୁଟ ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏବେ ଜିଲ୍ଲାର ଖଣି ଅଞ୍ଚଳ ରେ ଥିବା ବିଷ୍ପରୋକ ବିଷ୍ପୋରକ ଗୋଦାମ ରେ ପୋଲିସ ର ଚାଲିଛି ଘନଘନ ଚଢ଼ାଉ | ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରେ ଥିବା ୧୦ଟି ଥାନା ଅନ୍ତର୍ଗତ ୨୫ଟି ସ୍ଥାନରେ ଥିବା ୩୪ଟି ବିଷ୍ପୋରକ ଗୋଦାମ ରେ ଘନ ଘନ ଚଢ଼ାଉ କରି ଚାଲିଛି ଯାଞ୍ଚ | ପ୍ରାଥମିକ ତଦନ୍ତରୁ ୪ଟି ଗୋଦାମ ବନ୍ଦ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଏହା ସହ ଜିଲ୍ଲାରେ ଥିବା ସମସ୍ତ ବିଷ୍ପୋରକ ଗୋଦାମର ମାଳିକଙ୍କୁ ନେଇ ପୋଲିସ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ କରିବାକୁ ସୂଚନା ଦେଇଛନ୍ତି। ଏହା ପରେ ଯେଉଁ ମାନେ ନିୟମର ଖିଲାପ କରିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।ବାଇଟ -୧- ନିତିନ କୁଶଲକର, ଏସପି କେନ୍ଦୁଝର।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *

You missed