ତିନିଜଣ ମାଦକଦ୍ରବ୍ୟ ବେପାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ୍ ଅବୈଧ ଭାବରେ ମାଦକଦ୍ରବ୍ୟ ବ୍ୟାପାର କରୁଥିବା ଅଭିଯୋଗ ରେ ତିନିଜଣ ଯୁବକ ଙ୍କୁ ଗିରଫ କରିଛି ପୋଲିସ୍। ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ ବେଲକୁଣ୍ଡି ସ୍ଥିତ ଫୁଟବଲ୍ ଖେଳ ପଡିଆ ନିକଟରେ ତିନିଜଣ ଯୁବକ ଚୋରା ମାଦକ ଦ୍ରବ୍ୟଧରି ଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ପୱନ୍ ମହାତୋ, ଭୋଲାନାଥ ମଣ୍ଡଲ୍ ଓ ସୁରୁ ଦାସ୍ କୁ ଗିରଫ କରିବା ସହ ତାଙ୍କଠାରୁ ପଚାଶ କିଲୋ ତିନିଶହ ପାଞ୍ଚ ଗ୍ରାମ ଦୁଇଟି ପ୍ୟାକେଟରେ ଥିବା ମାଦକଦ୍ରବ୍ୟ କୁ ଜବତ କରିବା ସହ ତାଙ୍କ ଠାରୁ ଗୋଟିଏ ମୋବାଇଲ୍ ଓ ନଗଦ ଏକ ହଜାର ଟଙ୍କା ଜବତ କରିଥିବା ବେଳେ ସେମାନେ ଅଞ୍ଚଳରେ କାହାକୁ ବିକ୍ରି କରୁଥିଲେ ସେ ନେଇ ତଦନ୍ତ ଚଳାଇଥିବା ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



