Spread the love

ଆଜି ପବିତ୍ର ଘୋଷଯାତ୍ରା ଏଵଂ ଗତ କାଲି ଠାକୁରଙ୍କ ନବଯୌବନ ଦର୍ଶନ ରେ ଢେ଼ଙ୍କାନାଳ ର ଆରାଧ୍ୟ ପ୍ରଭୁ ଶ୍ରୀ ବଳରାମଙ୍କ ମନ୍ଦିରର ଭଜନମଣ୍ଡପ ରେ ଢେ଼ଙ୍କାନାଳ ର ସ୍ଥାନୀୟ ବଛାବଛା କଳାକାର ଙ୍କୁ ନେଇ ଶ୍ରୀ ମନ୍ଦିର ଭଜନ ସଂଧ୍ୟା ନାମରେ ଏକ ଅନୁଷ୍ଠାନ ଜନ୍ମ ନେଲା ।ନେତ୍ର ଉତ୍ସବ ସଂଧ୍ୟା ଏବଂ ଗୁଣ୍ଡିଚା ଯାତ୍ରା ଦିନ ସକାଳେ ଭଜନ ପରିବେଷଣ କରାଯାଇଥିଲା ।ଏହି ଅନୁଷ୍ଠାନରେ ଓର୍ଗାନ ବାଦକ ହରି ପ୍ରସାଦ ଓ ରୁଦ୍ର ନାରାୟଣ, ତବଲା ରେ ମୁନା, ଢୋଲକ୍ ରେ ବଳରାମ , ପ୍ୟାଡ ରେ ଅଜୟ କୁମାର, କଣ୍ଠ ଶିଳ୍ପୀ ରେ ପ୍ରଦୀପ କୁମାର,ହରିପ୍ରସାଦ,ପଦ୍ମାବତୀ, ଅନନ୍ୟା ପ୍ରିୟଦର୍ଶିନୀ,ଓ ପ୍ରମୋଦ କୁମାର ସୁନ୍ଦର୍ ସୁନ୍ଦର୍ ଭଜନ ପରିବେଷଣ କରି ମନ୍ଦିର ପରିସର ରେ ଭାବର ବାତାବରଣ ସୃଷ୍ଟି କରିଥିଲେ । ହରିବୋଲ ହୁଳହୁଳି ଓ ନାଚଗୀତ ରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହେଉଥିଲା।ଏହି କାର୍ଯକ୍ରମ ପ୍ରମୋଦ କୁମାର ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *