ଗଡିଲା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

:ବରଗଡ:୨୭/୬(ପବିତ୍ର ମେହେର) ବରଗଡ ଜିଲ୍ଲା ଅନ୍ତର୍ଗତ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ର ଆରାଧ୍ଯ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ମହାଆଡମ୍ବରେ ପାଳିତ ହୋଇଯାଇଅଛି। ଚଳଚଞ୍ଚଳ ହୋଇ ଯାଇଅଛି ଭଟଲି ଧାମ। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପ ରେ ବିଜେକରିବା ପରଠାରୁ ଜ୍ବରାକନ୍ତ ହୋଇ ଅଣସର ପିଣ୍ଡିରେ ବିଜେ କରିଥିଲେ ।ତେବେ ରାଜ ବୈଦ ଙ୍କ ପ୍ରସ୍ତୁତ ଔଷଧ ଦ୍ବାରା ଓ ପୁରୋହିତ ମାନଙ୍କ ସେବା ତଥା ଦଶମୂଳ ପାଞ୍ଚନ ସେବନ କଲାପରେ ମହାପ୍ରଭୁ ସୁସ୍ଥ ହେଲାପରେ ନେତ୍ରୋତ୍ସବ ଓ ନବଯୌବନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବାପରେ ମହାପ୍ରଭୁ ନନ୍ଦିଘୋଷ ରଥରେ ମାଉସୀ ମାଁଙ୍କ ମନ୍ଦିରକୁ ଯାତ୍ରା କରିଥାନ୍ତି । ଉକ୍ତ ନନ୍ଦିଘୋଷ ରଥରେ ୪୭୨ ଖଣ୍ଡ କଠ ,ଆଠଗୋଟି ଚକ ଯହାର ଉଚ୍ଚତା ସାଢେଚାରି ଫୁଟ, ୪ଟି ଆଖ, ରଥର ଉଚ୍ଚତା ୪୧ଫୁଟ, ଦୈର୍ଘ୍ୟ ୨୫ଫୁଟ , ପ୍ରସ୍ଥ ୨୦ଫୁଟ, ରଥ ଦଉଡି ନାମ ସଂଖଚୁଡ, ୫୧ ଟି ଧ୍ବୟା, ଆଠଟି ପାବଚ୍ଛ,ଦ୍ୱାରପାଳ ଜୟ ବିଜୟ , ଦୁଇ ଅଶ୍ବ ର ନାମ ବଳାହକ ଓ ହରିଦ୍ବାଶ, ରଥାବରଣ କପଡା ଲାଲ ,କଲା,ହଲଦିଆ ପାଟ ବସ୍ତ୍ର , ରଥ ପତାକାର ଚିହ୍ନ ଗରୁଡ, ନାମ ତ୍ରିଲୋକ ମୋହିନୀ, ରଥର ଅସ୍ତ୍ର ଶଙ୍ଖ ଚକ୍ର ଅଟେ । ମହାପ୍ରଭୁଙ୍କ ନିଶିକାନ୍ତି, ପରେ ମହାପ୍ରଭୁଙ୍କ ପହଣ୍ଡି ପୂଜା ହେଲାପରେ ଘଣ୍ଟ ସଙ୍ଖ ,ହରିବୋଲ, ହୁଳହୁଳି ସଂକୀର୍ତ୍ତନ୍ୟରେ ଦଳଙ୍କ ସାଙ୍ଗରେ ପହଣ୍ଡି ହୋଇ ନନ୍ଦିଘୋଷ ରଥରେ ବିରାଜମାନ କରିବା ପରେ ମହାପ୍ରଭୁଙ୍କ ମହାଆରତୀ ହୋଇଥିଲା ।ମହାଆରତୀ ସରିଲା ପରେ ନବଜାତ ଶିଶୁ ମାନଙ୍କୁ ରଥଛୁଆଁ ଯାଇଥିଲ ପରେ ରଥ ଟଣା କାର୍ଯ୍ୟକ୍ରମ ହୋଇଥିଲା । ସେପଟେ ଜିଲ୍ଲା ପ୍ରଶାସନ ଏହି ପ୍ରସିଦ୍ଧ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବାରୁ ସାନ୍ତିସୃଙ୍ଖଲା ସହିତ ରଥଟଣା ଯାଇଥିଲା। ରଥ ସମୟରେ ଅନୁକୁଳ ପାଗ ଯୋଗୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ , ଭଟଲି ବାସିନ୍ଦା ତଥା ଅଞ୍ଚଳବାସୀଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁ ଭାବରେ ହୋଇଥିଲା।




