ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ମନ୍ଦିର ରେ ଆଜି ଆଷାଢ଼ ମାସ ର ହରିଶୟନ ବଡ଼ ଏକାଦଶୀ ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ,ନୂତନ ବସ୍ତ୍ର , ତୁଳସୀ ହାର,ଫୁଲ ହାର, ବଲ୍ହଭ ଭୋଗ , ୧୦ଟା ସମୟରେ ଖେଚେଡ଼ି ଭୋଗ ମଧ୍ୟାହ୍ନ ରେ ଅର୍ନ ଧୂପ ସନ୍ଧ୍ୟାରେ ଆଳତି ରାତ୍ରରେ ରାତ୍ର ଧୂପ ପରେ ଏକାଦଶୀ ବେଢ଼ା ମହାଦୀପ ମନ୍ଦିର ଉପରକୁ ଉଠିବ । ପହଡ଼ ପଡ଼ିବ। ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ବ୍ରଜମୋହନ ମହାପାତ୍ର,କାହାଳିଆ ଟିକନ୍ ବେହେରା ମନ୍ଦିର ର ଜିମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ହରିଶୟନ ବଡ଼ ଏକାଦଶୀ ନୀତି ପାଳନ କରାଯାଇଛି।

May 25, 2026/
No Comments


