ଜଳାଭିଷେକ ସାରି ଫେରିବା ବାଟରେ ଦୁର୍ଘଟଣା ଜଣେ କାଉଡ଼ିଆ ମୃତ ଅନ୍ୟକିଛି ଗୁରୁତର ।
ଦେବାଧିଦେବ ମହାଦେବ ନିକଟକୁ ଆସିଥିଲେ ପବିତ୍ର ଶ୍ରାବଣ ମାସରେ ଜଳାଭିଷେକ ପାଇଁ, ଜଳାଭିଷେକ ସାରି ଫେରିବା ବାଟରେ ଦୁର୍ଘଟଣା ଜଣେ ଶୈବ ଭକ୍ତଙ୍କ ମୃତ୍ୟୁ ଓ ଅନ୍ୟକିଛି ଗୁରୁତର ଆହତ। ଏହିଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାରେ। ଯାହାକି ସୂଚନା ରହିଛି ଗତକାଲି ରାଉରକେଲା ସେକ୍ଟର ୨ ରୁ କିଛି ଶୈବ ଭକ୍ତ ଜଳାଭିଷେକ ପାଇଁ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ମୂର୍ଗା ମହାଦେବଙ୍କ ନିକଟକୁ ଆସିଥିଲେ ।ଆଜି ପ୍ରାତଃ ସମୟରେ ମନ୍ଦିର ଖୋଲା ହେବା ପରେ ପ୍ରଥମେ ଜଳାଭିଷେକ କରି ସେଠାରୁ ଘଟଗାଁ ତାରିଣୀ ଦର୍ଶନ ନିମନ୍ତେ ଏକ ପିକ୍ଅପ ଗାଡ଼ିରେ ବାହାରିଥିଲେ, ହେଲେ ରିମୁଳି-ଯୋଡା ୫୨୦ ନମ୍ବର ଜାତୀୟ ରାଜପଥର ଚମ୍ପୁଆ ଥାନା ଅନ୍ତର୍ଗତ ତଡୁଆବାହାଳ ନିକଟରେ ଏକ ଅଜଣା ଟ୍ରକ୍ ସେମାନଙ୍କ ଗାଡ଼ିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଶୈବ ଭକ୍ତ ମୃତ୍ୟୁ ବରଣ କରିଥିବା ବେଳେ ଆଉ କିଛି ଗୁରୁତର ଆହତ ହେଇଥିବା ନେଇ ସୂଚନା, ଖବର ପାଇ ଘଟଣା ସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ଆହତଙ୍କୁ ବାସୁଦେବପୁର ମେଡିକାଲ୍ ରେ ଭର୍ତ୍ତି କରାଇଥିବା ନେଇ ସୂଚନା। ଚମ୍ପୁଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



