Spread the love

ଭଟଲିରେ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

ଭଟଲି (ଅଭିମନ୍ୟୁ ପଧାନ):- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ସଭାଗୃହରେ ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ଖାଦ୍ୟ ଯୋଗାଣ ଯୋଜନାରେ ୫୧ ଜଣ ନୂତନ ହିତାଧିକାରୀଙ୍କୁ ଖାଉଟି କାର୍ଡ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ,ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ, ବ୍ଳକ ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ଗଡ଼ତିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଭଟଲି ଯୋଗାଣ ଅଧିକାରୀ ଶାନ୍ତାକାର ପ୍ରଧାନ ବ୍ଳକ ଖାଦ୍ୟ ଯୋଗାଣ ବିବରଣୀ ପାଠ କରିଥିଲେ।

Leave a Reply

Your email address will not be published. Required fields are marked *