ମହାବୀର ଇଭି ଶୋ-ରୁମ୍ ଉଦ୍ଘାଟିତ

ମହାବୀର ଇଭି ଶୋ-ରୁମ୍ ଉଦ୍ଘାଟିତ
ଢେ଼ଙ୍କାନାଳ ୧୬/୯ : ଢେଙ୍କାନାଳ ଜଗନ୍ନାଥ ରୋଡସ୍ଥିତ ମହାବୀର ବଜାର ଠାରେ ବିର୍ଲା ଇ-ବାଇକ୍ କମ୍ପାନୀର ମହାବୀର ରଭି ଶୋ-ରୁମ୍ ଉଦ୍ଘାଟିତ ହୋଇଯାଇଅଛି । ଏହାକୁ ଢେଙ୍କାନାଳ ପୌରପରିଷଦର ଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଭଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ୧୧ନଂ ୱାର୍ଡର କାଉନ୍ସିଲର ଲକ୍ଷ୍ମୀପ୍ରିୟା ଦଳେଇ ଯୋଗଦେଇଥିବାବେଳେ ଅନ୍ୟ କାଉନ୍ସିଲର ମାନେ ମଧ୍ୟ ଉପସ୍ଥିତ ଥିଲେ । ଦୋକାନର ମାଲିକ ସୁବ୍ରତ ପାଠକ ଓ ତାଙ୍କ ଧର୍ମପତ୍ନୀ ମାନସୀ ପାଠକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ଗାଡିଟି ସମସ୍ତଙ୍କ ପାଇଁ ଯିବାଆସିବା ଓ ଜିନିଷପତ୍ର ନେବା ଆଣିବା ପାଇଁ ସୁବିଧା ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ପାତ୍ର କହିଥିଲେ । ଏହା ବ୍ୟାଟେରୀ ଦ୍ବାରା ଚାଳିତ, କୌଣସି ପ୍ରଦୂଷଣ ହୋଇ ନଥାଏ । ଏହାର ଘଣ୍ଟା ପ୍ରତି ଗତ ୭୨ କିମି ହୋଇଥିବାବେଳେ ଥରେ ଚାର୍ଜ କଲେ ୧୦୦କିମି ପର୍ଯ୍ୟନ୍ତ ଯାଇପାରିବ । ଦୁଇଟି ଡିସ୍କ ବ୍ରେକ୍ ରହିଛି ଓ ବ୍ୟାଟେରୀ ଚାର୍ଜିଙ୍ଗ୍ ଟାଇମ୍ ୩ ରୁ ୪ ଘଂଟା ଲାଗିଥାଏ । ବ୍ୟାଟେରୀ ଉପରେ ୩ବର୍ଷର ୱାଫେଟି ରହିଥିବାବେଳେ ମୋଟର ଓ ଇଂଟ୍ରୋଲର୍ ଉପରେ ୧ବର୍ଷ ପର୍ଯ୍ୟନ୍ତ ସ୍ୱାଇଂଟି ରହିଛି ବୋଲି ମାଲିକ ଜଣାଇଛନ୍ତି ।



