Spread the love

ନୂଆଗଡ ହାଇସ୍କୁଲରେ ବିଶ୍ବ ଓଜୋନ ଦିବସ ପାଳିତ

ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ବ୍ଲକ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ବରଗଡ଼ ବନଖଣ୍ଡ,ଭଟଲି ବନ ବିଭାଗ ଆନୁକୂଲ୍ୟରେ ବିଶ୍ବ ଓଜୋନ ଦିବସ ପାଳନ ହୋଇଥିଲା।ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଭଟଲି ବନପାଲ ରାଜେନ୍ଦ୍ର କୁମାର ସିଂ, ପ୍ରକୃତି ପ୍ରେମୀ ସୁଶିଲ କୁମାର ସାହୁ, ପ୍ରକୃତି ପ୍ରେମୀ ନୀଳକଣ୍ଠ ସା, ବନପାଳ ପର୍ଶୁରାମ ବେହେରା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଅତିଥିମାନେ ବାୟୁମଣ୍ଡଳରେ ଥିବା ପୃଥିବୀର ରକ୍ଷା କବଚ ଓଜୋନ ସ୍ତର ର ସୁରକ୍ଷା ତଥା ସାରା ବିଶ୍ବ ପାଇଁ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମଣିଷ ସୁବିଧାବାଦୀ ହେବା ଦ୍ବାରା ଅତ୍ୟାଧୁନିକ ଯନ୍ତ୍ରପାତି, ରସାୟନିକ ପରି ବିଭିନ୍ନ ଜିନିଷ ବ୍ୟବହାର କରିଥାଏ। ଯଦ୍ବାରା ବାୟୁମଣ୍ଡଳ ପ୍ରବଳ ମାତ୍ରାରେ ଦୂଷିତ ହେବା ସହ ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଇବା ସହ ଓଜୋନ ସ୍ତର ପ୍ରଭାବିତ ହୋଇଛି। ତେଣୁ ଏହାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବିଶ୍ବ ଓଜୋନ ଦିବସ ପାଳନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବନରକ୍ଷୀ କକୟା ବେଶନ, ଗୟାଧର ଭୁଏ, ଅନ୍ୟାନ୍ୟ ବନ କର୍ମଚାରୀଙ୍କ ସମେତ ପ୍ରକୃତି ପ୍ରେମୀ ସାନ ପ୍ରସାଦ ସାହୁ,ଶିକ୍ଷକ ଗଜାନନ ବେହେରା, ଆନନ୍ଦ ସାହୁ, ରାଜେଶ ପଟେଲ, ଶିକ୍ଷୟିତ୍ରୀ ସୁମିତ୍ରା ପଟେଲ, ଡ଼ଲି ସରାଫ ଓ ଜୁଲି ସରାଫ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *