ନୂଆଗଡ ର ସୁଶ୍ରୀ ସଂସ୍କୃତି ସହୁ ଆବିଆର୍ ଏଚିଭର ସମ୍ମାନ ରେ ସମ୍ମାନିତ
ଭଟଲି :- ବରଗଡ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଗ୍ରାମର ଗୋବର୍ଦ୍ଧନ ସାହୁ ଓ ଜୟନ୍ତୀ ଖୁଣ୍ଟିଆ ଙ୍କ ସୂପୁତ୍ରୀ ୨ ବର୍ଷ ୧୦ ମାସ ବୟସ ର ଶିଶୁ ସୁଶ୍ରୀ ସଂସ୍କୃତି ସହୁ ଙ୍କୁ ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡସ୍ ଏଚିଭର୍ ସମ୍ମାନ ରେ ସମ୍ମାନିତ କରାଯାଇଅଛି। ସେ ଇଂରାଜୀ,ହିନ୍ଦୀ ଭାଷା ର ଅକ୍ଷରମାଲା ସହିତ ତତ୍ ସମ୍ବନ୍ଧିତ ଶବ୍ଧ, ସପ୍ତାହ ର ନାମ,ବର୍ଷ ର ବାର ମାସର ନାମ,୬ ଟି ଶ୍ଲୋକ,୩ଟି ନର୍ସରୀ ଟାଇମ୍ସ,୧୫ ଟି ଜାତୀୟ ପ୍ରତୀକ,୨୬ ଟି ପଶୁ,୧୮ ଟି ଫଳ,୨୨ ଟି ପକ୍ଷୀ ର ନାମ,୧୦ ଟି ଆକୃତି,୨୨ ଟି ଯାନ,୧୧ ଟି ରଙ୍ଗ,ଶରୀରର ୨୬ ଟି ଅଙ୍ଗପ୍ରତ୍ୟଙ୍ଗ ଓ ୧୦ ଟି ଦେବା ଦେବୀ ଙ୍କ ସଠିକ ପରିଚୟ ସହ ୧ ରୁ ୧୪ ପର୍ଯ୍ୟନ୍ତ ସଂଖ୍ୟା ଗୁଡ଼ିକର ଗଣନ କରିପାରିଛନ୍ତି।ଅଳ୍ପ ବୟସରେ ତାଙ୍କର ଧିଶକ୍ତି ଅପୂର୍ବ ସ୍ମରଣ ଶକ୍ତି ଓ ଜ୍ଞାନ ପ୍ରଦର୍ଶନ ପାଇଁ ସେ ଉଚ୍ଚ ପ୍ରଂଶସି ତ ହୋଇଛନ୍ତି।ଏହି ବିରଳ କୃତିପ୍ତ ପାଇଁ ସୁଶ୍ରୀ ସଂସ୍କୃତି ସାହୁ ଙ୍କୁ ଆଇ ବି ଆର୍ ତରଫରୁ ପୁରସ୍କାର, ପ୍ରଶଂସାପତ୍ର ଓ ମେଡାଲ ରେ ସମ୍ମାନିତ କରାଯାଇଅଛି। ଶୈଶବରୁ ତାଙ୍କ ଅସାଧାରଣ ପ୍ରତିଭା ଓ କୃତିପ୍ତ ନୂଆ ପିଢ଼ି ପାଇଁ ପ୍ରେରଣାପ୍ରଦ ହେବ ଓ ଏ ଦିଗରେ ଅନ୍ୟ ମାନଙ୍କୁ ଅନୁପ୍ରାଣୀତ କରିବ ବୋଲି ତାଙ୍କ ପ୍ରଶଂସକ ମାନେ ମତ ବ୍ୟକ୍ତ କରିଛନ୍ତି। ସଂସ୍କୃତିଙ୍କ ଏହି କୃତୀପ୍ତ ଓ ସଫଳତା ପାଇଁ ତାଙ୍କ ଶୁଭେଛୁ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।



