
*”ସମ୍ଭବ” ପ୍ରଶିକ୍ଷଣ ଶିବିରର ଚତୁର୍ଥ ଦିବସରେ ନେତୃତ୍ୱ ବିକାଶ ସହ ସାମାଜିକ, ଆବେଗିକ ଓ ନୈତିକ ବିକାଶ ଏବଂ ଶିକ୍ଷାର ମାନ ନିର୍ଦ୍ଧାରଣ ସହ ୟୁ ଡାଇସ୍ ପ୍ଲସ (U -DISE Plus) ସମ୍ବନ୍ଧରେ ଆଲୋଚନା*

ବରଗଡ଼:୨୫/୧୦( ପବିତ୍ର ମେହେର )::ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁରରେ ବରଗଡ଼ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି।ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ଏହି ଶିବିରର ଚତୁର୍ଥ ଦିବସରେ ପ୍ରଶିକ୍ଷକ ବେଣୁଧର ବରିହା ନେତୃତ୍ୱ ବିକାଶ ସହ ସାମାଜିକ,ଆବେଗିକ ଓ ନୈତିକ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ।ପ୍ରଶିକ୍ଷକ ଶୁଭମ୍ ପତି ଶିକ୍ଷାର ମାନ ନିର୍ଦ୍ଧାରଣ ସହ ୟୁ ଡାଇସ୍ ପ୍ଲସ (U -DISE Plus),SDGs ଏବଂ PGI (Performance Grading Index) ଉପରେ ଆଲୋକପାତ କରିଥିଲେ।ପ୍ରଶିକ୍ଷକ ପୁସ୍ତମ୍ ବିଶି ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ଯବହାର ସମ୍ବନ୍ଧରେ ଧାରଣା ଦେଇଥିଲେ।ପ୍ରଶିକ୍ଷକ ସଙ୍ଗୀତା ମିଶ୍ର ଶିକ୍ଷାର୍ଥୀ,ଶିକ୍ଷକ, ବିଦ୍ୟାଳୟ ଏବଂ କମ୍ୟୁନିଟି ନିମନ୍ତେ ପ୍ରୋତ୍ସାହନ ପ୍ରାବଧାନ କଣ ରହିଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ଗାଇସିଲେଟ୍ ବ୍ଲକ୍, ରାଜବୋରାସମ୍ୱର ବ୍ଲକ,ଝାରବନ୍ଧ ବ୍ଲକ ଏବଂ ପାଇକମାଳ ବ୍ଲକର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚ୍ୟ ବିଷୟବସ୍ତୁକୁ ପ୍ରଦର୍ଶନ କରିଥିଲେ।




