ଭୁବନେଶ୍ଵର: ରାଜଧାନୀରେ ମନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଏମସି। ଭୁବନେଶ୍ଵରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି। ପ୍ରବଳ ବର୍ଷା , ପବନ ଯୋଗୁଁ ବହୁ ଗଛ ଭାଙ୍ଗିଯିବା ସହ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଗଛ କାଟିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀମାନେ ପୁରା ସଜାଗ ରହିଛନ୍ତି। ଆପଦକାଳୀନ ସମୟରେ ୧୯୨୯ରେ କଲ କରିବାକୁ ପରାମର୍ଶ ରହିଛି। ସ୍ଥାନୀୟ କର୍ପୋରେଟର୍ ମାନଙ୍କର ମଧ୍ୟ ସହଯୋଗ ନେଇପାରିବେ। ଏ ନେଇ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ।

May 25, 2026/
No Comments


