ଅନ୍ତୋବାସିନୀ ଙ୍କ ଆଶୀର୍ବାଦ ଭିକ୍ଷା କଲେ ଛାତ୍ର ଛାତ୍ରୀ

ଭଟଲି :- କାର୍ତିକ ମାସ ଶୁକ୍ଳ ଦଶମୀ ଶନିବାର ଦିନ ସକାଳେ ବରପାଲି ସ୍ଥିତ ଲିଟିଲ ଏଞ୍ଜେଲ ପପ୍ଲିକ ସ୍କୁଲ ର ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଜ ଶ୍ରୀଗିଡା, ସୋହେଲାରେ ଅବସ୍ଥିତ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ତଥା ନର ନାରାୟଣ ସେବା ମନ୍ଦିର କୁ ଶିକ୍ଷା ଭ୍ରମଣରେ ଆସିଥିଲେ lଏହି ଅବସରରେ ଶିକ୍ଷକ ଶ୍ରୀ ଦେବେନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ଛାତ୍ରୀ ଶୁଶ୍ରୀ ଶୁଲଗ୍ନା ପୁରୋହିତ କାର୍ତିକ ମାହାତ୍ମ୍ୟ ଉପରେ ବକ୍ତବ୍ୟ ରଖିଥିଲେ l ଆଶ୍ରମ ର ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀ ଆଶ୍ରମ ଓ ମାତୃଛାୟା, ବାନପ୍ରସ୍ଥ ର ଲକ୍ଷ୍ୟ ଓ ଉଦ୍ଧଶ୍ୟ ଉପରେ ଆଲୋକପାତ କରିଥିଲେ l ଛାତ୍ରଛାତ୍ରୀ ମାନେ ବାନପ୍ରସ୍ଥ ର ଅନ୍ତେବାସିନୀ ମାନଂକୁ ପୂଜ୍ୟ ପୂଜା କରି ନିତ୍ୟ ବ୍ୟବହାର ଜିନିଷ ଦେଇ ଉତ୍ତରୀୟ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ l ଛାତ୍ର, ଛତ୍ରୀ ମାନେ ନୃତ୍ୟଭିନୟ କରି ଅନ୍ତେବାସିନୀ ମାନଙ୍କ ମନରେ ଆନନ୍ଦ ଭାରିଦେଥିଲେ l ଏହି ଶିକ୍ଷା ଭ୍ରମଣରେ ସ୍କୁଲର ସୁଶ୍ରୀ ସୁନାଲି ମେହେର, ମିଲକି ବାରିକ, ଶ୍ରୀ ଦେବାନନ୍ଦ ସାହୁ, ଉଦ୍ଧବ ଚରଣ ଦେବତା ଶିକ୍ଷକ ଯୋଗଦେଇ ପରିଚାଳନା କରିଥିଲେ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

