Spread the love

ବୟନିକାର କ୍ରେତା ବିକ୍ରେତା ସମ୍ମିଳନୀ

ଢେଙ୍କାନାଳ, ୧୯/୧୧: ଢେଙ୍କାନାଳ ସହରସ୍ଥିତ ସ୍ଥାନୀୟ ସୂର୍ଯ୍ୟ ହୋଟେଲ୍‌ ଠାରେ ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବୟନିକାର କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୟନିକାର ମୁଖ୍ୟ ପରିଚାଳକ ଆର୍ତ ରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ ଦାମୋଦର ବେହେରା, ଢେଙ୍କାନାଳ ବୟନିକା ନୋଡାଲ୍ ଅଫିସର ତଥା ବୈଷୟିକ ସହାୟକ ଶକ୍ତି ପ୍ରସାଦ ନନ୍ଦ, ଢେଙ୍କାନାଳ ବୟନିକା ଶାଖା ପରିଚାଳକ ରାଜେନ୍ଦ୍ର ବାରିକ୍ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ସମସ୍ତ କ୍ରେତା ଓ ବିକ୍ରେତା, ତନ୍ତଶିଳ୍ପୀ ଓ ଢେଙ୍କାନାଳ ଶାଖ ପରିଚାଳକଙ୍କୁ ଉତରୀୟ ଦେଇ ସମ୍ବନ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୭୫ଜଣ କ୍ରେତା ଓ ବିକ୍ରେତା ଯୋଗଦେଇଥିଲେ। ଗ୍ରାହକମାନଙ୍କର ମତାମତ ଜାଣିବା ଓ ଆଗକୁ ଏହାର ବ୍ୟବସାୟ ବଢାଇ ଏହିବର୍ଷ ୨କୋଟି ୭୦ଲକ୍ଷ ହେବା ଲକ୍ଷ୍ୟ ଦିଗରେ ପୂର୍ଣ ପ୍ରୟାସ କରାଯିବ ବୋଲି ପରିଚାଳକ ପ୍ରକାଶ କରିଛନ୍ତି । ଏହି ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବସ୍ତ୍ରକୁ ପ୍ରଚାର ପ୍ରସାର କରି ଗ୍ରାହକମାନଙ୍କ ପାଖରେ ପହଁଚାଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

Leave a Reply

Your email address will not be published. Required fields are marked *