Spread the love

ବଡ଼ବିଲ ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଥିବା ରୋଟାରୀ କ୍ଲବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ବଡ଼ବିଲ ବଜାର ସ୍ଥିତ ଅଟଳ ଛକ ନିକଟରେ ଥିବା ବଡ଼ବିଲ ରୋଟାରୀ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜଧାନୀ ଭୁବନେଶ୍ୱର ଠାରେ ଥିବା ରୋଟାରୀ କ୍ଲବ ଚକ୍ଷୁ ଚିକିତ୍ସାଳୟ ରୁ ଅଭିଜ୍ଞ ଡ଼ାକ୍ତରଙ୍କ ଏକ ଟିମ୍ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଚକ୍ଷୁଚିକିତ୍ସା କରିଥିଲେ। ଏହି ଚକ୍ଷୁ ଚିକିତ୍ସା ଶିବିର କୁ ବଡ଼ବିଲ ରୋଟାରୀ କ୍ଲବ ସଦସ୍ୟ ମାନେ ଉପସ୍ଥିତ ରହି ତୁଲାଇଥିଲେ ଏବଂ ଆଜିର ଏହି ଚକ୍ଷୁ ଚିକିତ୍ସା ଶିବିର ରେ ଶହେରୁ ଉର୍ଦ୍ଧ ଉଭୟ ପୁରୁଷ ଓ ମହିଳା ମାନଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଆବଶ୍ୟକ ଅନୁଯାୟୀ ଷାଠିଏଜଣ ଲୋକଙ୍କୁ ଚଷମା ପ୍ରଦାନ୍ କରଯାଇଥିଲା। ଏହି ଚକ୍ଷୁ ଚିକିତ୍ସା ଶିବିରକୁ ବଡ଼ବିଲ ରୋଟାରୀ କ୍ଲବର ସଦସ୍ୟ ମାନଙ୍କ ସହଯୋଗରେ ପରିଚାଳିତ କରଯାଇଥିଲା। ଏହି ଚକ୍ଷୁ ଚିକିତ୍ସା ଶିବିର ରେ ସମୁଦାୟ ଶହେ ଆଠେଇସ ଜଣ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଚବିଶ ଜଣଙ୍କ ମୋତିଆବିନ୍ଦୁ ହୋଇଥିବା ବେଳେ ସେମାନଙ୍କୁ ଏକ ଗାଡି ଯୋଗେ ଭୁବନେଶ୍ୱର ରୋଟାରୀ କ୍ଲବ ଚକ୍ଷୁ ଚିକିତ୍ସା କେନ୍ଦ୍ରକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ରୋଟାରୀ କ୍ଲବ ବଡ଼ବିଲ ପକ୍ଷରୁ ପଠାଯାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *