Spread the love

*ସତିହାରୀ ବାଳିକା ହାଇସ୍କୁଲ,ଭଟଲିରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ*

(ବରଗଡ଼):: ୧୨/୧୨:ପବିତ୍ର ମେହେର::ଶକ୍ତି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା,ଏହାର ସମାଧାନ ଏବଂ ଶକ୍ତି ସଂରକ୍ଷଣ ନିମନ୍ତେ ଜନ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସତିହାରୀ ବାଳିକା ହାଇସ୍କୁଲ,ଭଟଲିରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଯୋଗ ଦେଇ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପଦକ୍ଷେପ ଶକ୍ତି ସଞ୍ଚୟ କରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ଶକ୍ତି କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ଜ୍ଞାନରଞ୍ଜନ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା ଶକ୍ତି ସଂରକ୍ଷଣ ଦିବସର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ।ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କ ମଧ୍ୟରୁ ଟ୍ବିଙ୍କଲ ବିଶ୍ଵାଳ, ଶ୍ରୀୟା ମେହେର ଏବଂ ମଞ୍ଜରୀ ମହାପାତ୍ର ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ଏହା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ଶକ୍ତି କ୍ଲବ,ଗଣିତ କ୍ଳବ୍,ବିଜ୍ଞାନ କ୍ଲବ ଓ ଇକୋ କ୍ଲବର ସଦସ୍ୟ ହାତରେ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହ ସ୍ଲୋଗାନ ମାଧ୍ୟମରେ ଶକ୍ତି ସଂରକ୍ଷଣ ନିମନ୍ତେ ସଚେତନତାର ବାର୍ତ୍ତା ଦେଇଥିଲେ।କାର୍ଯ୍ଯକ୍ରମ ପରିଚାଳନାରେ ସିଆର ସିସି ଲୋକନାଥ ମେହେର,ଶିକ୍ଷୟିତ୍ରୀ ବନ୍ଦିତା ପଧାନ, ଢାଲେଶ୍ୱରୀ ପଟେଲ,ଅନିମା ବାରିକ,ଶିକ୍ଷକ ନୀଳାମ୍ବର ନାୟକ ଏବଂ କିଶୋର ପଧାନ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ଜ୍ୟୋସ୍ନା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *