Spread the love

ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ଟି କ୍ରଶର, ୨୬ଟି ପଥର ଖଣି ସିଲ୍

ଜା ନୁଆରୀ ୫, ଢେଙ୍କାନାଳ: ଆଜି ଖଣି ଉପନିର୍ଦ୍ଦେଶକ, କନିଷ୍ଠ ଖଣି ଅଧିକାରୀ, ତହସିଲଦାର, ହିନ୍ଦୋଳ, ଢେଙ୍କାନାଳ ଏବଂ କାମାକ୍ଷାନଗରର ଉପଜ଼ିଲ୍ଲାପାଳ ଏବଂ ପୋଲିସକୁ ନେଇ ଗଠିତ ଏକ ମିଳିତ ଦଳ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ନିୟମ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା।ଏହି ଅଭିଯାନ ସମୟରେ, ହିନ୍ଦୋଳ, ଓଡାପଡ଼ା, ଗନ୍ଦିଆ ଏବଂ ଭୁବନ ତହସିଲ ଅନ୍ତର୍ଗତ ଅଞ୍ଚଳରେ ୧୫ଟି ପଥର କ୍ରଶର ଏବଂ ୨୬ଟି ପଥର ଖଣିକୁ ସିଲ୍ କରାଯାଇଥିଲା। କରନ୍ଦା, ବାବନ୍ଧ, ବେଡାପଡା, ଓଡାପଡା, ନିହାଲପ୍ରସାଦ ଆଦି ଜାଗା ମାନଙ୍କରେ ନିୟମ ଉଲ୍ଲଙ୍ଘନ କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ ଏଇ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ କରାଯାଇଛି।ଏହାସହିତ ଲଘୁ ଖଣିଜ ପଦାର୍ଥର ବେଆଇନ ପରିବହନ, ବିସ୍ଫୋରକ ସଂରକ୍ଷଣ ଯାଞ୍ଚ ଏବଂ ଯାନବାହାନଗୁଡ଼ିକର ଯାଞ୍ଚ ଓ ଜବତ କରାଯାଇଛି l

Leave a Reply

Your email address will not be published. Required fields are marked *