ଗଙ୍ଗାଧର ମେହେର ସାଂସ୍କୃତିକ ସଂସଦ ରୁଚିଦା ମେହେରପଡାରେ ୧୬ତମ ୨୪ ପ୍ରହରୀ ଅଖଣ୍ଡ ନାମଯଜ୍ଞର ପୂର୍ଣ୍ଣାହୁତି

ବରଗଡ:୧/୨(ପବିତ୍ର ମେହେର) ଗଙ୍ଗାଧର ମେହେର ସାଂସ୍କୃତିକ ସଂସଦ, ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ସ୍ଥିତ ରୁଚିଦା ମେହେରପଡା ଆୟୋଜନରେ ୧୬ତମ ୨୪ ପ୍ରହରୀ ଅଖଣ୍ଡ ନାମଯଜ୍ଞ ସଫଳତାର ସହିତ ସମାପ୍ତ ହୋଇଯାଇଛି। ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ସରସ୍ୱତୀ ପୂଜା ପଞ୍ଚମୀ ଦିନ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ମାଘ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିରେ କଳସ ଯାତ୍ରା ହୋଇଥିବା ବେଳେ ଶୁକ୍ଲପକ୍ଷ ଦ୍ୱାଦଶୀ ଠାରୁ ଅଖଣ୍ଡ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ମାଘ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ସହ ନାମଯଜ୍ଞ ସମାପ୍ତ ହୋଇଥିଲା।କମିଟିର ସଭାପତି ସଭାକର ମେହେରଙ୍କ ସଭାପତିତ୍ୱରେ ଉପସଭାପତି ପଲଟନ ମେହେର, ସମ୍ପାଦକ ହୃଷିକେଶ ମେହେର, ସହସମ୍ପାଦକ ଦେବାର୍ଚ୍ଚନ ମେହେର, ଉପଦେଷ୍ଟା ସତେଶ ମେହେର, ଲଳିତ ମେହେର, ରଙ୍ଗବଲ୍ଲଭ ମେହେର, ଲବ ମେହେର, କୁଶ ମେହେର, ସୁନନ୍ଦ ମେହେର, ବେଣୁଧର ମେହେର, ବସନ୍ତ ମେହେର, ହରି ମେହେର ଓ ଇନ୍ଦ୍ରମଣି ମେହେର ପୂର୍ଣ୍ଣ ସହଯୋଗ କରିଥିଲେ।ନାମଯଜ୍ଞରେ ମୁଖ୍ୟ ପଣ୍ଡିତ ଭାବେ ଦୋଳ ଗୋବିନ୍ଦ ରଥ ଓ କ୍ଷିତିଭୂଷଣ ପୁରୋହିତ, ସହ ପଣ୍ଡିତ ଦୋଳଚନ୍ଦ୍ର ପୁରୋହିତ ଏବଂ ପୂଜକ ଗୌର ମହାପାତ୍ର ଓ ବିଷ୍ଣୁ ମହାପାତ୍ର କାର୍ଯ୍ୟ ନିର୍ବାହ କରିଥିଲେ।

ମୁଖ୍ୟ କର୍ତ୍ତା ସଭାକର ମେହେର ସହ ତାଙ୍କ ଧର୍ମପତ୍ନୀ ମମତା ମେହେର, ସହକର୍ତ୍ତା ଭାବେ ଜୀବର୍ଦ୍ଧନ ମେହେର ସହ ପତ୍ନୀ ଅଶ୍ୱିନୀ ମେହେର, ରତିରାମ ମେହେର ସହ ପତ୍ନୀ ଅସର୍ପି ମେହେର ଓ ରାଜକୁମାର ବୈଗା ସହ ପତ୍ନୀ କବିତା ବୈଗା ଉପସ୍ଥିତ ଥିଲେ।ଷଡ ବୈଷ୍ଣବ ଭାବେ ହେମନ୍ତ ମେହେର, ସୁବାସ ମେହେର, ସନତ ମେହେର, ସମୟ ମେହେର, ରାଜୁ ମେହେର ଓ ବିଦେଶୀ ମେହେର ଅଂଶଗ୍ରହଣ କରିଥିଲେ। ବୈଠକୀ କୀର୍ତ୍ତନରେ ଦେବକୀ ସାହୁ, ଅଞ୍ଜନା ଦେହେରି, ସୁମି ବାଗ ଓ ଶ୍ରୀୟା ମେହେର ଭକ୍ତିମୟ ସଂକୀର୍ତ୍ତନ ଗୀତ ପରିବେଷଣ କରି ଭକ୍ତମାନଙ୍କୁ ମୁଗ୍ଧ କରିଥିଲେ।ଶେଷରେ ସମସ୍ତ କୀର୍ତ୍ତନ ପ୍ରେମୀଙ୍କୁ ଅନ୍ନ ପ୍ରସାଦ ସେବନ କରିଥିଲେ।ରାତ୍ରି ସମୟରେ ଅଟଳ ପରିବାରର ସଭାପତି ଶିବାଜୀ ପଟେଲଙ୍କ ନେତୃତ୍ୱରେ ସଂଗଠନର ସମସ୍ତ ସଦସ୍ୟମାନେ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ।




