Spread the love

ପାକିସ୍ତାନ ଆଫଗାନିସ୍ତାନ ଉପରେ ଏକ ବଡ଼ ଏୟାରଷ୍ଟ୍ରାଇକ୍ କରିଛି । ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ପଶି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଆକ୍ରମଣଗୁଡ଼ିକ ଆଫଗାନିସ୍ତାନର ଘନି ଖେଲୋ ଏବଂ ଗରଦା ସାମିଆ ଜିଲ୍ଲାରେ ହୋଇଥିବା ଜଣାପଡିଛି । ଯେଉଁ ଆକ୍ରମଣରେ ସାଧାରଣ ନାଗରିକଙ୍କ ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଇଛି ।

ଫଳରେ ୧୭ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଛି ।ସୂଚନାନୁଯାୟୀ, ପାକିସ୍ତାନୀ ସେନା ଏକ ବିମାନ ଆକ୍ରମଣ ସମୟରେ ପାକଟିକାର ବାରମଲ୍ ଜିଲ୍ଲାରେ ଏକ ମଦ୍ରାସାକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ମଦ୍ରାସା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା । ଉରଗୁନ୍ ଜିଲ୍ଲା ସହିତ ନଙ୍ଗରହାରର ଖୋଗିଆନି, ବେହସୁଦ୍ ଏବଂ ଘନି ଖେଲ ଜିଲ୍ଲାରେ ମଧ୍ୟ ଏୟାରଷ୍ଟ୍ରାଇକ୍ କରିଥିଲା ।ଏହାରି ମଧ୍ୟରେ ଆଫଗାନିସ୍ତାନ ସୀମା ଆରପାରିରେ ୭ଟି ଆତଙ୍କବାଦୀ ଶିବିର ଏବଂ ଆଡ୍ଡାକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି ବୋଲି ପାକିସ୍ତାନ ଦାବି କରିଛି । ପାକିସ୍ତାନ କହିଛି ଯେ, ଏହି ଆଡ୍ଡାଗୁଡ଼ିକ ତେହରିକ-ଏ-ତାଲିବାନ ପାକିସ୍ତାନ ଏବଂ ଇସଲାମିକ୍ ଷ୍ଟେଟ୍-ଖୋରାସାନ ସହିତ ଜଡିତ ବ୍ୟକ୍ତିମାନଙ୍କର ଥିଲା । ଆହୁରି ମଧ୍ୟ ପାକିସ୍ତାନ କହିଛି ଯେ, ଇସଲାମାବାଦ, ବାଜୌର ଏବଂ ବାନୁର ଇମାମ ବାରଗାରେ ହୋଇଥିବା ବିସ୍ଫୋରଣ ସମେତ ସମ୍ପ୍ରତି ଆତ୍ମଘାତୀ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟପଟେ ପାକିସ୍ତାନ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଯାଞ୍ଚର ସମ୍ମୁଖୀନ ହୋଇଆସୁଛି ।

Leave a Reply

Your email address will not be published. Required fields are marked *