Spread the love

ଭଞ୍ଜନଗର ରେ ବିଶ୍ୱ ଯୁବକ କେନ୍ଦ୍ର, ଫାଂସା ଓ ଆଇ ଆଇ ୟାଇ ଡି ତରଫରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ

ଅଦ୍ୟ ତା 11.3.26 ରିଖ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ତୁରୁମୁ ଗ୍ରାମ ପଂଚାୟତ, ଭଞ୍ଜନଗର, ଗଞ୍ଜାମ ଠାରେ ବିଶ୍ୱ ଯୁବକ କେନ୍ଦ୍ର ନୂଆ ଦିଲ୍ଲୀ , ଫାଂସା, ଆଇ ଆଇ ୟାଇ ଡି ଭୁବନେଶ୍ୱର ତରଫରୁ ବିଶ୍ୱ ମହିଳା ଦିବସ ଉପରେ ଏକ ଡ୍ରଇଂ ପୋଷ୍ଟର ପ୍ରତିଯୋଗିତା ଓ ସଚେତନ ରାଲି ଅନୁଷ୍ଠିତ ହୋଇଥିଲାl ଏହି ପ୍ରତିଯୋଗିତା ରେ ଜାମୁଲେଇ, କଇଁଆ ସାହି, ବଡଦାଣ୍ଡ ସାହି, ନୂଆ ତୁରୁମୁ, ବେରୁଆଁ ବାଡି, ସୋରିଷମୁଲି, କାଠଚିରl, ଢୋଲପିଟା, ଜଡ଼ା ଘାଟୁଣୀ ଗ୍ରାମର 60 ରୁ ଉର୍ଦ୍ଧ ମହିଳା ମlନେ ଏକତ୍ରିତ ହୋଇ ଭାଗ ନେଇଥିଲେ l ନାରୀ ଜାଗରଣ ଉପରେ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ,l ନୂଆ ତୁରୁମୁ ର ବିନୋଦିନୀ ଗୌଡ଼ଙ୍କ ଡ୍ରଇଂ ଶ୍ରେଷ୍ଟ ବିବେଚିତ ହୋଇ ପ୍ରଥମ ପୁରସ୍କାର ପାଇଥିଲା l ଏହି କାର୍ଯ୍ୟକ୍ରମ ରେ ତୁରୁମୁ ଗ୍ରାମ ପଞ୍ଚାୟତ ସ୍ଥରୀୟ ମହାସଂଘର ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ପ୍ରଧାନ ମୁଖ୍ୟ ଅତିଥି ଓ ରାଜ୍ୟ ସ୍ତରୀୟ ତାଲିମି ଦାତା ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ମିଶ୍ର ସନମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ମାନଙ୍କ ଆତ୍ମ ସନମାନ ନିଜ ହାତରେ କହି ପ୍ରତ୍ୟେକ ଅନ୍ୟାୟ ଅତ୍ୟାଚାର କୁ ପ୍ରତିରୋଧ କରିବାକୁ ଶିଖିବା ଓ ଆତ୍ମବଳ ବୃଦ୍ଧି କରିବା ସାହସର ସହିତ ପରିସ୍ଥିତି କୁ ମୁକାବିଲା କରିବାକୁ ପରାମର୍ଶ ଓ ଆହ୍ୱାନ ଦେଇଥିଲେ l ପଞ୍ଚାୟତ ର ପଲ୍ଲିସଭା, ଗ୍ରାମ ସଭା ରେ ସକ୍ରିୟ ଭାଗ ନେଇ ନିଜର ଓ ଅସହାୟ ମାନଙ୍କ ନ୍ୟାଯ୍ୟ ଦାବି ଉପସ୍ଥାପନା କରି ବାକୁ ପରାମର୍ଶ ଦେଇଥିଲେ l ଆବଶ୍ୟକ ସ୍ଥଳେ ଲାଜ ଛାଡି ପୋଲିସ ଓ ଆଇନ ର ସାହାଯ୍ୟ ନବାକୁ ନ ପଛେଇବାକୁ ଚେତାବନି ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସି ଆର ପି ସସ୍ମିତା ଦlଶ,ଝିଲ୍ଲୀ ପ୍ରଧାନ, ସାବିତ୍ରୀ ପ୍ରଧାନ, ସୁଭଦ୍ରା ବେହେରା, ଶୁଭଲଷ୍ମୀ ଗୌଡ଼ ସହଯୋଗ କରିଥିଲେ ଏମ. ବି. କେ ରାଜେଶ୍ୱରୀ ସ୍ୱାଇଁ ଏହାକୁ ପରିଚାଳନା କରିଥିଲେ ଓ ଶେଷରେ ସି ଆର ପି ଭାରତୀ ପ୍ରଧାନ ଧନ୍ୟବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *