Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜେ. ବି. ଏନ୍ (୦୭/୧୨/୨୦୨୦)

ଚଣ୍ଡିଗଡ : କୁହାଯାଏ ଜୀବନ ମୃତ୍ୟୁର ଡୋର କେବଳ ଭଗବାନ ହିଁ ଜାଣନ୍ତି। ଏହାସହ ଅନେକ ସମୟରେ ଭଗବାନ ଏକ ମାଧ୍ୟମରେ ଅନ୍ୟର ଜୀବନ ବଞ୍ଚାଇବାକୁ ସୁଯୋଗ ଦେଇ ଥାଆନ୍ତି। ଏଭଳି ହିଁ ଏକ ଘଟଣା ଏବେ ଜଣାପଡିଛି। ପଞ୍ଜାବର ଅମୃତସରର ଏକ ୩୯ ଦିନର ଛୋଟ ଝିଅ କୁନି ପରୀ ଏହି ଦୁନିଆରୁ ବିଦାୟ ନେବା ପୂର୍ବରୁ ପିଜିଆଇରେ ଭର୍ତ୍ତି ହୋଇଥିବା ଅନ୍ୟ ଏକ ରୋଗୀଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି। ୨୮ ଅକ୍ଟୋବରରେ, ଏହି କୁନି ଝିଅର ଜନ୍ମ ହୋଇଥିଲା। ନିଜ ମା’ଙ୍କ ପାଖରେ ୪୦ ଦିନ ବିତାଇନଥିଲେ ମଧ୍ୟ ଅନ୍ୟ ଏକ ପରିବାରର ଜଣେ ସଦସ୍ୟଙ୍କ ଜୀବନ ଦୀପ ଲିଭିବାରୁ ବଞ୍ଚାଇଛନ୍ତି।

 

 

ମିଳିଥିବା ସୂଚନା ଅନୁଯାୟୀ, ୨୫ ନଭେମ୍ବରରେ ଜଣେ ଦମ୍ପତି ନବ ଜନ୍ମିତ ନିଜ ନିରୀହ ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ପିଜିଆଇ ଆଣିଥିଲେ। ମାତ୍ର ଡ଼ାକ୍ତରମାନେ କହିଥିଲେ ସେମାନଙ୍କ ଝିଅର ମସ୍ତିଷ୍କରେ ଥିବାର ଏକ ରୋଗ କାରଣରୁ ତା’ର ବଞ୍ଚିବା ସମ୍ଭବପର ନୁହେଁ। ଏପରି ପରିସ୍ଥିତିରେ କୁନି ପରୀର ବାପା ମାଆ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଯେପରି ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଛି। ମାତ୍ର ତାଙ୍କ ମନରେ ଭାବନା ଆସିଥିଲା ତାଙ୍କ ଝିଅ ଏ ଦୁନିଆରୁ ବିଦାୟ ନେଲେ ମଧ୍ୟ ତା’ର ଅଙ୍ଗଦାନ କରିବାକୁ। ଯେପରି ଅନ୍ୟ କାହାକୁ ଜୀବନ ଦାନ ମିଳିଯିବ। ଯେପରି ଅନ୍ୟ ପରିବାର ଜଣେ ସଦସ୍ୟଙ୍କ ଜୀବନକୁ ରକ୍ଷା କରିବାକୁ ସେ ଆସିଛି। ଏହାସହ ଉକ୍ତ ଦମ୍ପତି ସେମାନଙ୍କ ଯକୃତର ଅଂଶକୁ ହାରାଇଥିବାରୁ ଅଙ୍ଗ ଅଚଳ ଅଥବା ହରାଇଥିବା ବ୍ୟକ୍ତିଙ୍କ ଦୁଃଖକୁ ଖୁବ ଅନୁଭବ କରିଥିଲେ। ଏହି କାରଣରୁ ସେ ନିଜ କୁନି ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଭଳି ଜଣଙ୍କୁ ସେ ଜୀବନ ଦାନ ଦେଇପାରିବେ।

 

ଡାକ୍ତରଙ୍କ କହିବାନୁଯାୟୀ ଅଙ୍ଗ ପ୍ରତିରୋପଣ କରିବା ବିପଦ ହୋଇଥିଲେ ମଧ୍ୟ ଆବଶ୍ୟକ କ୍ଷେତ୍ରରେ ଏହା ବହୁ ସାବଧାନତା ସହ କରାଯାଏ।