Spread the love

ଜମୁର୍ଡା ଗ୍ରାମରେ ପନିପରିବା ନଷ୍ଟ କଲେ ଅସାମାଜିକ ବ୍ୟକ୍ତି


ବରଗଡ:୧୫/୦୩/୨୦୨୬(ପବିତ୍ର ମେହେର)ବରଗଡ ଜିଲ୍ଲା ଜମୁର୍ଡା ଗ୍ରାମର ଗଜିନ ମାଝୀଙ୍କ ୩୦୦ କଲରା ଗଛର ମୂଳକୁ କୌଣସି ଅସାମାଜିକ ଦୁର୍ବୃତ୍ତ ବ୍ୟକ୍ତି ଉପାଡି ନଷ୍ଟ କରିଦେଇଛି।ଗଜିନଙ୍କ ନିଜସ୍ୱ ଜମି ନାହିଁ ସେ ଅନ୍ୟ ପ୍ରଜାଙ୍କ ଜମି ଭାଗରେ ନେଇ ୪୦ଡ଼ିସିମିଲ ଜମିରେ କଲରା ଏବଂ ବନ୍ଧା କୋ ବିଆଦି ପନିପରିବା ଚାଷ କରିଥିଲେ। ହେଲେ ଗଜିନଙ୍କ ସହିତ କାହାରି ସହିତ ଶତ୍ରୁତା ନାହିଁ କିନ୍ତୁ ଗତ କାଲି ରାତ୍ରି ସମୟରେ ତାଙ୍କର ୩୦୦ କଲରା ଗଛକୁ କେହି ନଷ୍ଟ କରି ଦେଇଛି। ସକାଳୁ ଚାଷ ଜମିକୁ ଗଲା ବେଳେ ଏହି ନଷ୍ଟ ହୋଇଥିବା କ୍ଷେତ ଦେଖି ଦୁଃଖରେ ଭାଙ୍ଗି ଯାଇଥିଲେ। ପରେ ଗାଁ ଲୋକଙ୍କ ସହଯୋଗରେ ନିକଟସ୍ଥ ଥାନରେ ଏତାଲା ଦିଆଯାଇଛି। ଥାନା ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ଅପରାଧୀକୁ ଚି଼ହ୍ନଟ କରିବା ଚେଷ୍ଟା କରାଯାଇଥିଲେ ସୁଦ୍ଧା ସୁଫଳ ମିଳିପାରିନାହିଁ। ଏଠାରେ ପ୍ରକାଶ ଥାଉକି ଗତ ଡିସେମ୍ବର ମାସରେ ମଧ୍ୟ ଏହି ଚାଷୀଙ୍କ ସମେତ ଅନେକ ଚାଷୀଙ୍କ ପନିପରିବାକୁ କେହି ଔଷଧ ମାରି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ପ୍ରଶାସନ ତରଫରୁ କୌଣସି ସହାୟତା ମିଳିଲା ନାହିଁ କି ନଷ୍ଟ କରିଥିବା ଅପରାଧୀକୁ ଧରି ପାରିଲେ ନାହିଁ ଫଳରେ ଆଜି ପୁଣି ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଏହି ଘଟଣା ଜାଣିବା ପରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସମବେଦନା ଜଣାଇବା ସହିତ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନ ଠାରେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *