ବର୍ଷା ପବନ ମଧ୍ୟରେ ଯାଉଥିବା ସମୟରେ ଅନିମା ନାମକ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ।

କାଳବୈଶାଖୀ ପ୍ରଭାବରେ ହୋଇଥିବା ଭୀଷଣ ଝଡ଼ ତୋଫାନ ସାଙ୍ଗକୁ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ତାର ତାଣ୍ଡବ ରଚିଥିବା ବେଳେ କେନ୍ଦୁଝର ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡିନି। କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ବାସୁଦେବପୁର କନ୍ୟାଶ୍ରମ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା। ଯୋଡାରୁ ଭୂବନେଶ୍ବର ଯାଉଥିବା ଅନିମା ନାମକ ଯାତ୍ରୀବାହୀ ବସ୍ ଟି ବାସୁଦେବପୁର କନ୍ୟାଶ୍ରମ ନିକଟରେ ଭାରସାମ୍ୟ ହରାଇ ପଶିଯିବାରୁ କନ୍ୟାଶ୍ରମ ପାଚେରୀ ଭାଙ୍ଗିବା ସହ ଗାଡ଼ି କ୍ଷତିଗ୍ରସ୍ତ ହେଇଛି । ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବ ରେ ବର୍ଷା ପବନ ହେଉଥିବାବେଳେ ଯୋଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବସଟି ବାସୁଦେବପୁର ନିକଟରେ ପ୍ରବଳ ଝଡ଼ ତୋଫାନ ର ବଳୟ ମଧ୍ୟରେ ଆସି ଭାରସାମ୍ୟ ହରାଇ କନ୍ୟାଶ୍ରମର ପାଚେରୀ ଭାଙ୍ଗି ପଶିଯାଇଛି । ତେବେ ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଦୁର୍ଘଟଣାରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ପ୍ରାୟ ସୁରକ୍ଷିତ ଥିବା ନେଇ ସୂଚନା।ଯାତ୍ରୀବାହି ବସଟିର କାଚ ଭାଙ୍ଗିବା ସହ କିଛିଅଂଶ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



