ବହୁଜନ ସମାଜର ତ୍ରାଣକର୍ତ୍ତା, ବାମସେଫ, DS4,ପ୍ରତିଷ୍ଠାତା କାଂଶୀରାମ ସାହେବଙ୍କ 93ତମ ଜନ୍ମଜୟନ୍ତୀ ପାଳିତ l ଆଜି ଅନୁଗୋଳ ଜିଲ୍ଲା ବାବାସାହେବ ଆମ୍ବେଡ଼କର ଫାଉଣ୍ଡେସନ ତରଫରୁ ଦାଦାସାହେବ କାଂଶୀରାମଜୀଙ୍କ 93ତମ ଜୟନ୍ତୀ ପାଳିତ ହୋଇଯାଇଛି l ସଂଗଠନର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ଗୌତମଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଲକୋର ଏସ ସି /ଏସ ଟି ୟୁନିଅନ ପୂର୍ବତନ ସାଧାରଣ ସମ୍ପାଦକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ନାଲକୋର ଇଞ୍ଜିନିଅର, ଡାକ୍ତର ଗୋଡ଼ୱାଲେ, ବିଏସପି ଜିଲ୍ଲା ପ୍ରଭାରୀ ଖଗେଶ୍ୱର ନାଏକ ଯୋଗ ଦେଇଥିଲେ l ପ୍ରଥମେ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଡ଼କର ଓ ଦାଦା ସାହେବ କାଂଶୀରାମଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଦାଦା ସାହେବ କାଂଶୀରାମ ସାହେବଙ୍କ ଜୀବନୀ ଓ ସଂଘର୍ଷ ପୂର୍ଣ୍ଣ ଜୀବନଶୈଳୀ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ l
ବାବାସାହେବ ଦେଶର ସମ୍ବିଧାନ, ଆଇନ ତିଆରି କରିଥିଲେ l କିନ୍ତୁ ଦଳିତ ସମାଜ ଆଦିବାସୀ ଓବିସି ତଥା ଗରିବ ମାନଙ୍କ କ୍ଷେତ୍ରରେ ଶାସକ ହେବାର ଯେଉଁ ତ୍ୟାଗ, ସମର୍ପଣ, ଉତ୍ସର୍ଗୀକୃତ ସଂଗଠନ କରିଥିଲେ l ସେଥିପାଇଁ ବହୁଜନ ସମାଜ ପାର୍ଟିର ପ୍ରତିଷ୍ଠାତା କାଂଶୀରାମ ସାହେବଙ୍କ ସଂଘର୍ଷ ଫଳରେ ବିଏସପି ସୁପ୍ରିମ ଭଉଣୀ ମାୟାବତୀ ୟୁପିରେ 4/4 ଥର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି l ଅନୁଗୋଳ ଜିଲାରେ ବହୁଜନ ସମାଜ ଲୋକଙ୍କ ସାମାଜିକ ଉନ୍ନତି ପାଇଁ ବକ୍ତାମାନେ ପରାମର୍ଶ ଦେଇଥିଲେ l
