ଜିଲ୍ଲା ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ବୈଠକ

ଭଟଲି (ଅଭିମନ୍ୟୁ ପଧାନ) :-ବରଗଡ଼ ଜିଲ୍ଲାର ଭୌଗୋଳିକ ସଂରଚନା ଓ ଭରପୁର ପ୍ରାକୃତିକ ସମ୍ପଦା, ପ୍ରାଣୀ ପାଳନ ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି କରିଛି l ଗାଈ, ମହିଷୀ, ଛେଳି, ମେଣ୍ଢା, କୁକୁଡ଼ା, ବତକ ଆଦି ପାଳନ କରି ତହିଁରୁ ଉତ୍ପାଦିତ ଦୁଗ୍ଧ, ମାଂସ ଓ ଅଣ୍ଡାର ଉପଯୁକ୍ତ ବଜାରମୂଲ୍ୟ ପାଇବା ଦିଗରେ ଏଠିକାର ଚାଷୀ ସଫଳ ହେଉଛନ୍ତି l ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସହ ଅନ୍ୟ ସରକାରୀ ଯୋଜନା ସବୁ ବେଶ ସହାୟକ ହେଉଛି ବୋଲି, ବରଗଡ଼ ଜିଲ୍ଲା ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକରେ ମତ ପ୍ରକାଶ ପାଇଛି l ଭଟଲି ସ୍ଥିତ ଶ୍ୟାମ ବିହାରୀ ମନ୍ଦିର ପରିସରରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ଦେବତା ଅଧ୍ୟକ୍ଷତା କରି ସଭାକୁ ପରିଚାଳନା କରିଥିଲେ ଓ ସମ୍ପାଦକ ନାରାୟଣ ପଧାନ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡା ଜିଲ୍ଲା ସଭାପତି ଚକ୍ରଧର ବୈଗା ଯୋଗଦେଇ ଥିବାବେଲେ ସମ୍ମିଳନୀ ଅତିଥି ଭାବରେ ସମ୍ପାଦକ ସୁରସେନ ଭୋଇ,ସମ୍ବଲପୁର ଜିଲ୍ଲା ସମ୍ପାଦକ ସମୀର ଗୁପ୍ତା, ବରିଷ୍ଠ କାର୍ଯ୍ୟକର୍ତ୍ତା ଅକ୍ଷୟ ନାୟକ, ବିଶ୍ୱଜିତ କୁଅଁର ଓ ଭିକାରୀ ଚୌଧୁରୀ ଯୋଗ ଦେଇ ସଂଘୀୟ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ l ଆଲୋଚନା କ୍ରମରେ ଆବଶ୍ୟକୀୟ କ୍ଷେତ୍ର କର୍ମଚାରୀ ନିଯୁକ୍ତି, ପ୍ରାଣୀ ସହାୟକ କେନ୍ଦ୍ରଗୁଡିକର ଭିତ୍ତିଭୂମିର ଉନ୍ନତି,ବିଭିନ୍ନ ସମୟରେ ପାଇବାକୁ ଥିବା ବକେୟା ରାଶିର ପ୍ରଦାନ, ନିର୍ଦ୍ଧିଷ୍ଟ ସମୟରେ ଏଲ ଆଇ, ଏଲ ଟି, ଜେ ଏଲ ଇ ଓ ଭଳି କର୍ମଚାରୀଙ୍କ ସି ସି ଆର ପଠାଇବା ଆଦି ପ୍ରସଙ୍ଗ ଉପସ୍ଥାପିତ ହୋଇଥିଲା l ଏ ସବୁ ବିଷୟରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନାପୂର୍ବକ ତ୍ୱରିତ ସମାଧାନ କରାଯିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା l ସଭାରେ ଉପସଭାପତି ଯଶୋବନ୍ତ ସାହୁ,ଉପଦେଷ୍ଟା ନରେନ୍ଦ୍ର ପଣ୍ଡା, ବରିଷ୍ଠ ସଭ୍ୟ ମଧୁସୂଦନ ପୁଜାହାରୀ,ରୋହିତ ସାହୁ, ଚକ୍ରଧର ସରାଫ,ଆଲୋକ ନାରଙ୍ଗ,ରମାକାନ୍ତ ବାଗ, ଫକୀର ମୋହନ ସାହୁ, ସୁଶାନ୍ତ ନାଏକ, ମୀନକେତନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ସଂଗଠନ ସମ୍ପାଦକ ସୁଶାନ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l



