::ଚୌକିଦାର ଶାସନରେ ଚୌକିଦାରୀ ଷ୍ଟାଇଲରେ ଲୁଟୁଛନ୍ତି ମ୍ୟାଡ଼ାମ ସରପଞ୍ଚ । ସ୍ଥାଣୁ ପାଲିଟିଛି ପ୍ରଶାସନ, ସରକାରଙ୍କ ନିଦ ଭାଙ୍ଗିବ କେବେ?::

ବରଗଡ:୧୬/୦୩/୨୦୨୬(ପବିତ୍ର ମେହେର) ତୃଣମୂଳ ସ୍ତରରେ ସରକାରଙ୍କ ତ୍ରିସ୍ତରୀୟ ପଂଚାୟତିରାଜ ଉପରେ ଉଠୁଛି ପ୍ରଶ୍ନ? ଲୋକଙ୍କ ସରକାର ସମୟରେ ଖୋଲୁଛି ସରପଞ୍ଚଙ୍କ ଦୁର୍ନୀତିର ଗୁମର। ଦିଁଅ କୁ ଦେଖାଇ ଦେହୁରୀ ଖାଇଲା ଭଳି ନୀତି କାହା ସ୍ୱାର୍ଥରେ? ନିର୍ଲ୍ଲଜ ସରପଞ୍ଚଙ୍କ ସରପଞ୍ଚ ପଣିଆ ବାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି।ପୂର୍ଵ ବିଜେଡି ସରକାର ସମୟରେ ହୋଇଥିବା ଲୋକାଭିମୁଖୀ ଯୋଜନା ଅଞ୍ଚଳ ବାସୀ ଦୁଃଖରେ କଷ୍ଟରେ ନିଜ ଉପାର୍ଜିତ ହାତ ଖର୍ଚ୍ଚରୁ ବାହାର କରି କିଛି ଟଙ୍କା ସଂଚୟ କରି ଆରମ୍ଭ କରିଥିଲେ ଗ୍ରାମରେ ଥିବା ଶିବ ମନ୍ଦିର କଲ୍ୟାଣ ମଣ୍ଡପର ସଂପୂର୍ଣ୍ଣି କରଣ। ନିର୍ମାଣ ହେଲା ସତ, ହେଲେ ସରପଞ୍ଚ ସେହି କାର୍ଯ୍ୟକୁ ସରକାରୀ ମାନ୍ୟତା ଦେଇ ସରକାରଙ୍କ ରାଜକୋଷରୁ ଲୁଟି ଚାଲିଛନ୍ତି । ଆଜି ପର୍ଯ୍ୟନ୍ତ ପ୍ରକୁତ ଲୋକଙ୍କୁ ଟଙ୍କା ନ ମିଳିବା କେତେ ମାତ୍ରା ରେ ଠିକ? ତାରିଖ ପରେ ତାରିଖ ବିତାଇ ଚାଲିଛନ୍ତି ,ଯଦି ଅଧିକ କହିଲେ ସରପଞ୍ଚ ନାଲି ଆଖି ଦେଖାଇବାକୁ ପଛାଉନାହାଁନ୍ତି।ତାହା ପୁଣି ଲୋକଙ୍କ ସରକାର ସମୟରେ ଲୋକଙ୍କୁ।ହଁ ଆଜ୍ଞା ଆମେ କହୁଛୁ ଓଡିଶାର ଭାତ ହାଣ୍ଡି ଭାବରେ ପରିଚିତ ବରଗଡ ଜିଲ୍ଲା ଅତାବିରା ବ୍ଲକର କଥା। ଏହି ବ୍ଲକ୍ ସ୍ଥିତ ପାହାଡ଼ଶ୍ରୀଗୀଡ଼ା ଗ୍ରାମ ପଂଚାୟତ ଅଧିନରେ ଥିବା ରେଙ୍ଗାଲି ଗାଁରେ ଲୋକାଭିମୁଖୀ କାର୍ଯ୍ୟକୁ ସରକାରୀ ମାନ୍ୟତା ଦେଇ ଲୋକଙ୍କ ଭାବନା ସହ କଠୋର ଆଘାତ ଦେବା ଭଳି ନୀତି ଆପଣାଇଛନ୍ତି ମ୍ୟାଡ଼ାମ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ,

ତେବେ ଏ ସମ୍ପର୍କୀତ ଖବର ଉପରେ ପଂଚାୟତ ନିର୍ବାହୀ ଅଧିକାରୀ ଦୀପକ ପ୍ରଧାନଙ୍କୁ ପଚାରିବାରୁ ସେ କହନ୍ତି ଏ କାର୍ଯ୍ୟ ତ ପୂର୍ବତନ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ତେବେ ତାଙ୍କୁ ପଚାରିକି ଆପଣଙ୍କୁ କହିବି । ସେ ଦୃଢ଼ତାର ସହ ଏହା କହୁଥିବା ବେଳେ ଲୋକେ କିନ୍ତୁ କହନ୍ତି ଆମେ ବର୍ତମାନର ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ସବୁ କଥା କହିଛୁ ତେବେ ବାବୁ କେତେ ସତ୍ୟତାର ସହ ନିଜ କର୍ତ୍ତବ୍ୟ ତୁଲାଉଛନ୍ତି ତାହାଯେ ସମୟ କହିଁବ! ହେଲେ RTI ତଥ୍ୟ ଅନୁସାରେ ପତ୍ର ସଂଖ୍ୟା -୩୪,ପେଜ୍ ନମ୍ବର-୧, ୨୨ନମ୍ବର ରେ ଲେଖା ଯାଇଛି ରେଙ୍ଗାଲି ଶିବ ମନ୍ଦିର ପାଖ କଲ୍ୟାଣ ମଣ୍ଡପ ସଂପୂଣି କରଣ ବାବଦକୁ ୫୫୦୦୦ଟଙ୍କା ଖର୍ଚ୍ଚ ହୋଇଛି l ବିଡ଼ିଓଙ୍କୁ ପଚାରିବାରୁ ଲିଖିତ ଅଭିଯୋଗ ତଥା ଖବର ପ୍ରସାରଣ ହେଲା ପରେ ଉଚ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ l ତେବେ ଖବର ପ୍ରସାରଣ ହେଲା ପରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି କି ସରପଞ୍ଚ ଙ୍କୁ “ଦୁର୍ନୀତିର ଉସ୍ତାଦ” ପଦବୀରେ ସମ୍ମାନିତ କରୁଛନ୍ତି ତାହା ଯେ ଦେଖିବାର କଥା! ସରପଞ୍ଚ ଗୀତାଞ୍ଜଳି ପ୍ରଧାନଙ୍କୁ ଆମ ପ୍ରତିନିଧି ଫୋନ ଯୋଗେ ଯୋଗାଯୋଗ କରିଥିଲେ ହେଁ “ମୋତେ ଯେତେ ମାଟିବୁ ମାଟ ମୁଁ ତ ସେହି ଦରପୋଡ଼ା କାଠ” ଅବସ୍ଥାରେ ମ୍ୟାଡ଼ାମ ସରପଞ୍ଚ ଫୋନକୁ ବିଜି ମୋଡ଼ରେ ରଖିଦେଇଛନ୍ତି ।ତେବେ ଚୌକି ନିଶାରେ ସାଧାରଣ ଜନତାଙ୍କ ସମସ୍ୟାକୁ ଭୁଲି ଯାଇଛନ୍ତି କି ମ୍ୟାଡ଼ାମ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ,ଏହା ଭାତହାଣ୍ଡିରୁ କେବଳ ଗୋଟିଏ ଚିତ୍ର!




